ସ୍ବାମୀଙ୍କୁ ଗୁଗଲ୍‌ ସର୍ଚ୍ଚ କରିବାକୁ ମନା କରିଥିଲେ କରୀନା: ଜାଣନ୍ତୁ କାହିଁକି

ବଲିଉଡ ଷ୍ଟାର୍ସ କରୀନା କପୁର ଖାନ୍‌ ଏବଂ ସୈଫ ଅଲ୍ଲୀ ଖାନ୍‌ ଇଣ୍ଡଷ୍ଟ୍ରୀର ସବୁଠୁ ଖାସ୍‌ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକ ସେମାନଙ୍କୁ ବିଷୟରେ ଜାଣିବାକୁ ଇଚ୍ଛୁକ ଥାନ୍ତି। କରୀନା ମଧ୍ୟ ନିଜ ପ୍ରଶଂସକଙ୍କ ମନ ଦୁଃଖ କରିବାକୁ ଆଦୌ ଚାହାନ୍ତି ନାହିଁ। ସେ ସୋସିଆଲି ମିଡିଆରେ ଆକ୍ଟିଭ୍‌ ରହି ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ବେଳେବେଳେ ସୈଫ ଏବଂ କରୀନା ଟ୍ରୋଲ୍‌ର ମଧ୍ୟ ଶିକାର ହୋଇଥାନ୍ତି। ଏକ ସାକ୍ଷାତକାରରେ ସୈଫ କହିଥିଲେ, ସମୟ ଥିଲା ମୁଁ ଟ୍ରୋଲର ଶିକାର ହେବାପରେ ଚିନ୍ତିତ ରହୁଥିଲି। ମୋତେ ଚିନ୍ତିତ ଦେଖି କରୀନା ମୋତେ ଗୁଗଲ ନିଜକୁ ସର୍ଚ୍ଚ ନ କରିବାକୁ ଉପଦେଶ ଦେଇଥିଲେ। ମୁଁ ସୋସିଆଲ ମିଡିଆ ଦେଖିବା ମଧ୍ୟ ଛାଡି ଦେଇଥିଲି। ଏବେ ମୁଁ ସୋସିଆଲ ମିଡିଆରେ ଟ୍ରୋଲ୍ସ କମେଣ୍ଟ ପଢେ ନାହିଁ କି ସୋସିଆଲ ମିଡିଆରେ ବି ରୁହେ ନାହିଁ ବୋଲି କହିଥିଲେ ସୈଫ।
ସୈଫ୍‌ ନିଜ ଆଗାମୀ ଫିଲ୍ମ ‘ଭୂତ୍‌ ପୋଲିସ’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅର୍ଜୁନ କପୁର, ଜ୍ୟାକଲିନ୍‌ ଫର୍ନାଡିଜ୍‌ ଏବଂ ୟାମୀ ଗୌତମ ନଜର ଆସିବେ। ଆସନ୍ତା ସେପ୍ଟେମ୍ବର ୧୭ରେ ଡିଜ୍‌ନୀ ହଟ୍‌ଷ୍ଟାର୍‌ରେ ରିଲିଜ୍‌ ହେବ।

Share