ସ୍ବାମୀଙ୍କୁ ପରିଚୟ କରାଇବେ ରାକ୍ଷୀ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଓ ଟେଲିଭିଜନରେ ଜଣେ ସୁନାମଧନ୍ୟ ଅଭିନେତ୍ରୀ, ନୃତ୍ୟାଙ୍ଗନା ଓ ମଡେଲଭାବେ ରାକ୍ଷୀ ସାଓ୍ବନ୍ତ ବେଶ୍‌ ଜଣାଶୁଣା। ଏଥିସହ ଇଣ୍ଡିଆନ୍‌ ରିୟଲିଟି ଟେଲିଭିଜନ ସିରିଜ୍‌ ‘ବିଗ୍‌ ବସ୍‌-୧’ର ସେ ଜଣେ ପ୍ରତିଦ୍ୱନ୍ଦୀ ଥିଲେ। ନିଜ ବିବାହ ସମ୍ପର୍କରେ ସେ ମୁହଁଖୋଲି କହିଥିଲେ ହେଁ ସ୍ବାମୀ ରିତେଶ୍‌ଙ୍କ ବିଷୟରେ କିଛି ଖୋଲି କହିନାହାନ୍ତି। ସେ ମିଡିଆଫ୍ରେଣ୍ଡଲି ନ ଥିବା ରାକ୍ଷୀ କହିଥିବାବେଳେ ଚଳିତ ମାସରେ ‘ବିଗ୍‌ ବସ୍‌-୧୩’ରେ ରିତେଶ୍‌ଙ୍କୁ ପରିଚୟ କରାଇବେ ବୋଲି ପ୍ରକାଶ କରିଛନ୍ତି। ଏହି ଶୋ’ରେ ସେ ନିଜ ସ୍ବାମୀଙ୍କ ସହ ରହିବେ। ବ୍ରିଟେନ୍‌ରେ ଥିବା ରିତେଶ୍‌ଙ୍କୁ ସେ ଫ୍ୟାନ୍‌ଙ୍କଠାରୁ ବି ଅଧିକ ଭଲ ପାଉଥିବା ରାକ୍ଷୀ କହିଛନ୍ତି। ଗତ ଜୁଲାଇ ୨୮ରେ ଦୁହିଁଙ୍କ ବାହାଘର ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ପରମ୍ପରା ଅନୁଯାୟୀ ହୋଇଥିଲା। ବର୍ଷକର ସମ୍ପର୍କ ମଧ୍ୟରେ ବିବାହର ୧୫ ଦିନ ପୂର୍ବରୁ ରାକ୍ଷୀ ରିତେଶ୍‌ଙ୍କୁ ଦେଖିଥିବା କହିଛନ୍ତି। ଏବେ ସେ ମୁମ୍ବାଇରୁ ବେଙ୍ଗାଲୁରୁ ଶିଫ୍ଟ କରିବାକୁ ଚାହୁଁଥିବା ଜଣାପଡ଼ିଛି। ସେ କିଛିଦିନ ଶ୍ୱଶୁର ଘରେ କାଟିବା ପରେ ମୁମ୍ବାଇ ଫେରିବେ ବୋଲି ଜଣାପଡ଼ିଛି।

Share