ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହେବା ପରେ ପ୍ରତିଦିନ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ତାଙ୍କ ବିଷୟରେ ନୂଆ ଖୁଲାସା କରୁଛି। ଯେଉଁ ଦିନ କ୍ରାଇମ ବ୍ରାଞ୍ଚ ଟିମ ତଥ୍ୟ ହାସଲ ପାଇଁ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରେ ପହଞ୍ଚି ପହଞ୍ଚି ଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଅନେକ ଝଗଡା ହୋଇଥିଲା। ମୁମ୍ବାଇ ପୋଲିସର କ୍ରାଇମ ଶାଖା ଅନୁଯାୟୀ, ଶିଳ୍ପା ରାଜଙ୍କ ସହ ଝଗଡ଼ା କରି କହିଥିଲେ ଯେ ସେ ଏତେ ବଡ ଖରାପ କାମ କରୁଥିଲ, କିନ୍ତୁ ମୋତେ କିଛି କହି ନ ଥିଲ ମୁଁ ଜାଣି ନ ଥିଲି ଏହା ପରେ ଶିଳ୍ପା କାନ୍ଦି କାନ୍ଦି ପୋଲିସକୁ ନିଜ ମତ ଦେଇଥିଲେ।
ପୋର୍ନ ଫିଲ୍ମ ନିର୍ମାଣ କରି ଏହାକୁ ଆପରେ ଅପଲୋଡ କରୁଥିବା ରାଜ ପୋଲିସ୍ ଦ୍ୱାରା ଗିରଫ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ଶିଳ୍ପା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ। ବିବାଦ କାରଣରୁ ଶିଳ୍ପା ରିଅଲିଟି ଡ୍ୟାନ୍ସ ଶୋ’ ‘ସୁପର ଡ୍ୟାନ୍ସର୍-୪’ରୁ ନିଜକୁ ଦୂରେଇ ରଖିଛନ୍ତି।