ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା

ଫୁଲବାଣୀ ଅଫିସ,୯।୬: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପଟାଙ୍ଗି ପଞ୍ଚାୟତର ପଦାସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ସ୍ବାମୀ ପ୍ରଶାନ୍ତ ନାୟକ ସ୍ତ୍ରୀ ସୁଦସ୍ଥା ନାୟକଙ୍କୁ ଟାଙ୍ଗିଆରେ ହାଣି ନିିର୍ମମ ଭାବେ ହତ୍ୟା କରିଛନ୍ତି।
ଖବର ପାଇବା ପରେ ସାରଙ୍ଗଗଡ଼ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ପୂର୍ବରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିବାରୁ ପ୍ରଶାନ୍ତ ଏହି ି କାଣ୍ଡ ଘଟାଇଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି ।

Share