ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା

ବି ଟାଉନ୍‌ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ ଆପୋସ ସହମତିରେ ଏପରି ନିଷ୍ପତ୍ତି ନେଇଥିବା ଦିୟା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନମାନଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି।

ଦିୟା ଲେଖିଛନ୍ତି, ଏତେବର୍ଷ ଏକାଠି ରହିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଭଲ ବନ୍ଧୁ ହୋଇ ରହିବୁ। ଜଣେ ଜଣକ ପ୍ରତି ସ୍ନେହ ଶ୍ରଦ୍ଧା ଏବଂ ସମ୍ମାନ ଦେବୁ। ଆହୁରି ମଧ୍ୟ ଦିୟା ଲେଖିଛନ୍ତି, ଆମ ପରିବାର ଏବଂ ସମ୍ପର୍କୀୟମାନଙ୍କୁ ଅନୁରୋଧ ଆମକୁ ଭୁଲ ନ ବୁଝନ୍ତୁ। ମିଡିଆକୁ ମଧ୍ୟ ଅନୁରୋଧ କରିଛନ୍ତି କି, ତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ। କହିରଖୁଛୁ, ଦିୟା ଏବଂ ସାହିଲ ଦୁହେଁ ଦୁହିଁଙ୍କୁ ୧୧ବର୍ଷ ଧରି ଜାଣିଥିଲେ। ୨୦୧୪ ଅକ୍ଟୋବର ୧୮ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share