Posted inଫୁରସତ

ସ୍ବାମୀଙ୍କ ପାଇଁ ଡେ’ କେୟାର

ଚାଇଲ୍ଡ ଡେ’ କେୟାର ସିଷ୍ଟମ ଆଜିକାଲି ସହରରେ ବଢ଼ିବାକୁ ଲାଗିଲାଣି। କାରଣ କର୍ମଜୀବୀ ଦମ୍ପତି ଏଠି ପିଲାଙ୍କୁ ଛାଡ଼ିଦେଇ ନିଶ୍ଚିନ୍ତରେ ଅଫିସ୍‌କୁ ଯାଇ କାମ କରିପାରୁଛନ୍ତି। ତେବେ ଜାଣନ୍ତି କି ଏବେ ହଜ୍‌ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ ବି ଆସିଗଲାଣି। ଭାବୁଥିବେ ଇଏ ପୁଣି କ’ଣ? କଥା କ’ଣ କି ସାଧାରଣତଃ ଗୃହିଣୀମାନଙ୍କର ଘର କାମ କରି କରି ସମୟ ବିତିଥାଏ। ଏହାଛଡ଼ା ସ୍ବାମୀଙ୍କର ଟିକିନିଖି କଥା ବି ବୁଝିବାକୁ ହୁଏ। ଅର୍ଥାତ୍‌ ପ୍ରାୟ ଭାରତୀୟ ସ୍ବାମୀ ନିଜ ସ୍ତ୍ରୀଙ୍କ ଉପରେ ଏତେ ନିର୍ଭରଶୀଳ ହୋଇଥାନ୍ତି ଯେ, ସ୍ତ୍ରୀ ବିନା ମୁହୂର୍ତ୍ତେ ରହିପାରନ୍ତି ନାହିଁ। ପ୍ରତି କଥାରେ ସ୍ତ୍ରୀଙ୍କ ସାହାଯ୍ୟ ଲୋଡ଼ନ୍ତି। ଏମିତିରେ ବିଚରା ସ୍ତ୍ରୀଟି ନିଜ ପାଇଁ ସମୟ ବାହାର କରିପାରେନା। ସାଙ୍ଗସାଥୀଙ୍କ ସହ ଶପିଂ କି ଫିଲ୍ମ ଦେଖିବାକୁ ଯାଇପାରେନା। ଏହାକୁ ନଜରରେ ରଖି ହିଁ ଆରମ୍ଭ ହୋଇଛି ଏହି ହଜ୍‌ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ; ଯେଉଁଥିରେ ସ୍ବାମୀଙ୍କୁ ସ୍ତ୍ରୀମାନେ ଡେ’ କେୟାର ସେଣ୍ଟରରେ ଛାଡ଼ି ଦେଇ ସାଙ୍ଗସାଥୀଙ୍କ ସହ ପାର୍ଲର, ଫିଲ୍ମ ଓ ଶପିଂ କରିବାକୁ ଯାଇପାରିବେ। ଖୁସିରେ ବୁଲିପାରିବେ। ଅନ୍ୟପକ୍ଷେ ହଜ୍‌ବ୍ୟାଣ୍ଡ ଡେ’ କେୟାର ସେଣ୍ଟରରେ ସ୍ବାମୀମାନଙ୍କ ଖାଇବା, ପିଇବା ବୁଝାଯାଏ। ଫଳରେ ସେ ଚିନ୍ତା ରହିବ ନାହିଁ। ବିଦେଶରେ ଏହି ହଜ୍‌ବ୍ୟାଣ୍ଡ ଡେ’ କେୟାର ସିଷ୍ଟମ ବହୁ ଆଗରୁ ଅଛି। ଏଇ କିଛି ବର୍ଷ ହେବ ଏହା ଭାରତରେ ଆରମ୍ଭ ହୋଇଛି। ମହିଳାମାନେ ଏଥିରୁ ସୁଫଳ ପାଇବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

କିପରି ମଦ ପିଇବା ପରେ ସତ କୁହନ୍ତି ଲୋକେ, ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ସାରା ବିଶ୍ୱରେ ଧୀରେ ଧୀରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମଦ୍ୟପାନ...

ଜାତୀୟ ଏକତାକୁ ମଜଭୁତ କରେ ହିନ୍ଦୀ ଭାଷା

ହିନ୍ଦୀ ଭାଷା ଆମ ଦେଶର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ଇଂରାଜୀ ଏବଂ ମାଣ୍ଡାରିନ ପରେ ହିନ୍ଦୀ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ କଥିତ...

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର...

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri