ସ୍ବାମୀଙ୍କ ସହ ପରକୀୟା ପ୍ରୀତି ସନ୍ଦେହ: ମହିଳାଙ୍କ ତଣ୍ଟି ଚିପି ହତ୍ୟା କଲେ ସ୍ତ୍ରୀ

କେନ୍ଦୁଝର,୨୨।୨(ସ୍ବ.ପ୍ର.): କେନ୍ଦୁଝର ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ମହିଳା ହେଲେ ବାରଡ଼ିପଶୀର ରେବତୀ ମୁଣ୍ଡା। ଏହି ଘଟଣାରେ ପୋଲିସ ଜାଲି ଗ୍ରାମର କେନ୍ଦିରି ମୁଣ୍ଡାଙ୍କୁ ଗିରଫ କରିଛି ।
କେନ୍ଦିରି ସ୍ବାମୀଙ୍କ ସହ ରେବତୀଙ୍କ ସମ୍ପର୍କଥିବା ସନ୍ଦେହ କରି କେନ୍ଦିରି ତାଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନାଯୋଗ୍ୟ, ଶନିବାର ସକାଳୁ ଉକ୍ତ ଗ୍ରାମର ମନ୍ଦିର ନିକଟ ଏକ ନାଳରୁ ପୋଲିସ ରେବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ବ୍ୟବଚ୍ଛେଦ ଲାଗି ତାଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛି।