Categories: ଜାତୀୟ

୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ପ୍ରଦାନ କଲେ ମୋଦି

ଭୋପାଳ,୬।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟପ୍ରଦେଶରେ ସ୍ବାମୀତ୍ୱ ଯୋଜନାର ହିତାଧିକାରୀଙ୍କ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ୧୯ଟି ଜିଲାର ୩୦୦୦ ଗାଁରେ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଣ୍ଟନ କରିଥିଲେ। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ମତ ରଖିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ମଧ୍ୟପ୍ରଦେଶର ୩୦୦୦ ଗାଁର ୧.୭୦ ଲକ୍ଷରୁ ଅଧିକ ପରିବାର ଗ୍ରହଣ କରିଥିବା ଇ-ପ୍ରପର୍ଟି କାର୍ଡ ସେମାନଙ୍କ ସମୃଦ୍ଧିର ସାଥୀ ହେବ। ଏହି ଲୋକମାନେ ଡିଜି-ଲକର ମାଧ୍ୟମରେ ମୋବାଇଲରେ ସେମାନଙ୍କର ସମ୍ପତ୍ତି କାର୍ଡ ଡାଉନଲୋଡ କରିପାରିବେ। ସ୍ବାମୀତ୍ୱ ଯୋଜନା କେବଳ ଆଇନଗତ ଦଲିଲ ଯୋଗାଇବା ପାଇଁ ଏକ ଯୋଜନା ନୁହେଁ, ବରଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଦେଶର ଗ୍ରାମରେ ବିକାଶ ତଥା ବିଶ୍ୱାସ ପାଇଁ ଏହା ଏକ ନୂତନ ମନ୍ତ୍ର ବୋଲି ସେ କହିଛନ୍ତି।

Share