ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା
ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା କଲେ ା ପ୍ରମାଣ ନଷ୍ଟ ପାଇଁ ୧୦୦ କି.ମି ଦୂରରେ ଫିଙ୍ଗି ଦେଲେ ସ୍ବାମୀଙ୍କ ମୃତଦେହ। ସୋମବାର ପୋଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଫେରାର ଅଛନ୍ତି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ା ମୃତକ ଜଣକ ହେଲେ କଳାହାଣ୍ଡି ଜିଲା ଗୋଲାମୁଣ୍ଡାର ଯୁବରାଜ ଚଣ୍ଡୀ ା
ସୋମବାର ଗଜପତି ଏଏସ୍‌ପି ସୀତାରାମ ଶତପଥୀ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଆହୁରି କହିଛନ୍ତି ଯେ, ରାୟଗଡ଼ା ଜିଲା ମୁନିଗୁଡ଼ା ତହସିଲରେ ବରିଷ୍ଠ କିରାଣି ଥିବା ନିବେଦିତାଙ୍କ ସ୍ବାମୀ ଯୁବରାଜ ମୁନିଗୁଡ଼ା ବିଡିଓଙ୍କ ଡ୍ରାଇଭର ଥିଲେ। ମୁନିଗୁଡ଼ା ଗୁପ୍ତା କଲୋନୀରେ ଉଭୟେ ରହୁଥିଲେ। ସ୍ବାମୀ ଅନ୍ୟ ଜଣକୁ ଭଲ ପାଉଥିବା ନିବେଦିତା ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟ ଝଗଡ଼ା ହେଉଥିଲା। କିଛିଦିନ ପୂର୍ବରୁ ନିବେଦିତା ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଡିସେମ୍ବର ୩୧ରେ ଯୁବରାଜ ଜିରୋନାଇଟ୍‌ ପାଇଁ ବାହାରକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସମେତ ଅନ୍ୟ ୩ଜଣ ମିଶି ତାଙ୍କୁ ବେଲଣାକାଠି, ନନ୍‌ଷ୍ଟିକ୍‌ ତାୱା ଓ ଲୁହାରଡ୍‌୍‌ରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଯୁବରାଜଙ୍କର ମୃତ୍ୟୁ ଘଟିଥିଲା। ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତମାନେ ହତ୍ୟାରେ ବ୍ୟବହୃତ ସମସ୍ତ ଜିନିଷ ସହ ରାତାରାତି ମୃତଦେହ ଏକ କାର ଯୋଗେ ଆଣି ପ୍ରାୟ ୧୦୦ କି.ମି. ଦୂର ଅଡ଼ବା ଥାନା ଶ୍ମଶାନ ନିକଟରେ ଫିଙ୍ଗି ଦେଇଥିଲେ। ନୂଆବର୍ଷ ଦିନ ଅର୍ଥାତ୍‌ ବୁଧବାର ଭୋରୁ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଡ଼ବା ଥାନାଧିକାରୀ ଆଲୋକ ରଞ୍ଜନ ଜଗଦଳା ଓ ଅନ୍ୟ କର୍ମଚାରୀ ମୃତଦେହ ଜବତ କରିଥିଲେ। ସେଠାରୁ ବେଲଣାକାଠି, ଓଢ଼ଣି, ରୁମାଲ, ୨ଟି ଗ୍ଲୋବ୍‌ସ ଜବତ କରାଯାଇଥିଲା। ପୋଲିସ ମାମଲା( ନଂ. ୧/୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ଅଡ଼ବା ଥାନା ପକ୍ଷରୁ ସମସ୍ତ ଥାନାକୁ ମୃତଦେହ ଫଟୋ ପଠାଯାଇଥିଲା। ଯୁବରାଜଙ୍କ ଭାଇ ଦେବରାଜ ଏହା ଜାଣିପାରି ଅଡ଼ବା ଥାନାରେ ମୃତଦେହ ଚିହ୍ନଟ କରିଥିଲେ। ମୁନିଗୁଡ଼ା ଓ ଅଡ଼ବା ପୋଲିସ ତଦନ୍ତ ବେଳେ ସ୍ତ୍ରୀ ନିବେଦିତାଙ୍କ ଉପରେ ସନ୍ଦେହ କରିଥିଲେ। ତାଙ୍କୁ ଅଟକ ରଖି ପଚରାଉଚରା ବେଳେ ସ୍ବାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ ବୋଲି ଏଏସ୍‌ପି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା କୋଠାଘର

ଛତ୍ରପୁର, ୧୭।୧୦ (ଦିଲ୍ଲୀପ ସାମଲ): ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ...

ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ ।...

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ପଟିଗୁଡ଼ା...

ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ...

ପୁରୁଷୋତ୍ତମପୁର ଚଳଚଞ୍ଚଳ: ଚାନ୍ଦି ଗହଣାରେ ସଜେଇ ହେଇ ପୂଜା ପାଉଛନ୍ତି ମା’ ଧନଦାତ୍ରୀ

ପୁରୁଷୋତ୍ତମପୁର,୧୬ା୧୦(ସୀମାଞ୍ଚଳ ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ ଧନଦାତ୍ରୀ ତଥା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲା ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇଉଠିଥିବାବେଳେ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri