![](https://www.dharitri.com/wp-content/uploads/2019/09/chinmayananda.jpg)
ଲକ୍ଷ୍ନୌ,୧୩।୯: ଶାହାଜାହାନପୁର ନିବାସୀ ଆଇନ ଛାତ୍ରୀଙ୍କୁ ଯୌନ ଶୋଷଣା ମାମଲାରେ ଶେଷରେ ଏସ୍ଆଇଟି ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଶୁକ୍ରବାର ଏସ୍ଆଇଟିର ଏକ ଟିମ୍ ପୀଡିତାଙ୍କୁ ନେଇ ଚିନ୍ମୟାନନ୍ଦଙ୍କ ଆଶ୍ରମରେ ପହଞ୍ଚିଥିଲା। ଏହା ପୂର୍ବରୁ ଏସ୍ଆଇଟି ଚିନ୍ମୟାନନ୍ଦଙ୍କୁ ପାଖାପାଖି ୮ ଘଣ୍ଟା ଜେରା କରିଥିବା ସୂଚନା ମିଳିଛି। ଏହି ସମୟରେ ଏସ୍ଆଇଟି ଚିନ୍ମୟାନନ୍ଦଙ୍କୁ ଛାତ୍ରୀ ଜଣକ ଆଣିଥିବା ଅଭିଯୋଗକୁ ନେଇ ପ୍ରଶ୍ନ କରିଥିଲେ। ଏହା ପୂର୍ବରୁ ଏସ୍ଆଇଟି ସ୍ବାମୀ ଚିନ୍ବୟାନନ୍ଦନଙ୍କ ଓକିଲ, କଲେଜ ପ୍ରିନ୍ସିପାଲ ଓ ଅନ୍ୟ କର୍ମଚାରୀଙ୍କୁ ଜେରା କରିସାରିଥିଲା।