Categories: ଖେଳ

ସ୍ବାମୀ ବିର୍ଦ୍ଧାଓ୍ବାଲଙ୍କ ଭଳି ଜାତୀୟ ରେକର୍ଡ ଚାହାନ୍ତି ରୁଜୁତା

ନୂଆଦିଲ୍ଲୀ,୯।୯(ପିଟି): ଦେଶର ଦ୍ରୁତତମ ସନ୍ତରଣକାରୀ ବର୍ଦ୍ଧାଓ୍ବାଲ ଓ ରୁଜୁତା ଖାଡେ ସ୍ବାମୀ-ସ୍ତ୍ରୀଙ୍କ ଯୋଡ଼ି ଏବେ ୫୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ଜାତୀୟ ରେକର୍ଡ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବିର୍ଦ୍ଧାଓ୍ବାଲ ଏହି ସଫଳତା ପାଇସାରିଥିବାବେଳେ ପତ୍ନୀ ରୁଜୁତା ମଧ୍ୟ ସମାନ କୃତିତ୍ୱ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ସପ୍ତାହରେ ଦୁହେଁ ଭୋପାଲଠାରେ ଅନୁଷ୍ଠିତ ଜାତୀୟ ୫୦ ମି. ଫ୍ରିଷ୍ଟାଇଲ ଇଭେଣ୍ଟର ଉଭୟ ବର୍ଗରେ ଚାମ୍ପିୟନ ହୋଇ ଦେଶର ଦ୍ରୁତତମ ସନ୍ତରଣକାରୀ ଦମ୍ପତି ଆଖ୍ୟା ପାଇଛନ୍ତି। ବିର୍ଦ୍ଧାଓ୍ବାଲ ଇଭେଣ୍ଟରେ ଜାତୀୟ ରେକର୍ଡ ଭାଙ୍ଗି ସ୍ବର୍ଣ୍ଣ ଜିତିଥିଲେ। ସ୍ବାମୀଙ୍କ ପଦାନୁସରଣ କରି ପତ୍ନୀ ମଧ୍ୟ ଶୀର୍ଷ ସଫଳତା ପାଇଥିଲେ। ମୋ ପ୍ରଦର୍ଶନଠାରୁ ରୁଜୁତାଙ୍କ ସଫଳତା ପାଇଁ ମୁଁ ବହୁତ ଖୁସୀ। ଏହା ମୋ ଲାଗି ବଡ଼ ଗର୍ବର ବିଷୟ। ତାଙ୍କ ପ୍ରଦର୍ଶନ ନେଇ ଚିନ୍ତିତ ଥିଲି। କାରଣ ସେ ୨୦୧୫ଠାରୁ କୌଣସି ରେସ୍‌ରେ ଭାଗନେଇ ନ ଥିଲେ। ଏହାସତ୍ତ୍ୱେ ସେ ଜାତୀୟ ଚାମ୍ପିୟନଶିପରେ ଚାମ୍ପିୟନ ହୋଇଥିବାରୁ ମୁଁ ଆନନ୍ଦିତ ବୋଲି ବର୍ଦ୍ଧାଓା୍ବଲ କହିଛନ୍ତି। ଦ୍ରୁତତମ ଦମ୍ପତି ହୋଇପାରିଥିବରୁ ବହୁତ ଖୁସୀ। ଏହା କଦାପି ମୁଁ ଚିନ୍ତା କରି ନ ଥିଲି। ହେଲେ ମୁଁ ଜାତୀୟ ରେକର୍ଡ ହାତେଇବାକୁ ଲକ୍ଷ୍ୟ ରଖିଥିଲି। ମାତ୍ର ଏଥର ହୋଇପାରିଲା ନାହିଁ। ଉଭୟଙ୍କୁ ଏସିଆନ୍‌ ବୟସ ବର୍ଗର ସନ୍ତରଣ ପ୍ରତିଯୋଗିତା ପାଇଁ ଟିକେଟ ମିଳିଛି। ବର୍ଦ୍ଧାଓା୍ବଲ ଅଲିମ୍ପିକ୍ସ ଯୋଗ୍ୟତା ହାତେଇବାକୁ ନଜର ରଖିଥିବାବେଳେ ରୁଜୁତା ଜାତୀୟ ରେକର୍ଡକୁ ଲକ୍ଷ୍ୟ ରଖିଛନ୍ତି।

Share