Categories: ଜାତୀୟ

ସ୍ବାମୀ ମୋତେ ସବୁବେଳେ ମୋଟି କହୁଛନ୍ତି, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ସ୍ତ୍ରୀ

ଗାଜିଆବାଦ୍‌,୨୭।୮: ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀ ଅକଥନୀୟ ନିର୍ଯାତନା ସହି ନ ପାରି ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ଥାନାରେ ପହଞ୍ଚିଛନ୍ତି। ସ୍ବାମୀ ମୋତେ ବାରମ୍ବାର ମୋଟି, ତୁମେ ମୋ ସହ ପାର୍ଟିକୁ ଯିବାପାଇଁ ଉକ୍ତଯୁକ୍ତ ପାର୍ଟନର୍‌ ନୁହେଁ ବୋଲି ସବୁବେଳେ କହୁଛନ୍ତି ବୋଲି ମହିଳା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମହିଳାଙ୍କ ସ୍ବାମୀ ନୋଏଡା ସଫ୍ଟଓ୍ବେୟାର୍‌ ଇଞ୍ଜିନିୟର୍‌ ଭାବେ କାମ କରନ୍ତି। ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲା। ପ୍ରଥମ ୩-୪ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଚାଲିଥିବାବେଳେ ଏବେ ସ୍ବାମୀ କଥା କଥାରେ ତାଙ୍କୁ କମେଣ୍ଟ୍‌ ମାରିବା ସହ ମଦ ପିଇବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସ୍ତ୍ରୀ କହିଛନ୍ତି।

Share