ସ୍ବାମୀ ରଣବୀର ଶୋରେଙ୍କଠାରୁ ଅଲଗା ହେବେ କୋଙ୍କଣା

ବମ୍ବେ: ଅଲଗା ହେବେ ବଲିଉଡ୍‌ର ଆଉ ଏକ ଯୋଡ଼ି। ସ୍ବାମୀ ରଣବୀର ଶୋରେଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। ଉଭୟ ଛାଡ଼ପତ୍ର ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ରଣବୀରଙ୍କ ସହ ଏକାଧିକ ଫିଲ୍ମରେ ଏକାଠି କାମ କରିଥିଲେ କୋଙ୍କଣା। ଯେପରିକି ଟ୍ରାଫିକ୍‌ ସିଗ୍‌ନାଲ, ମିକ୍ସଡ୍‌ ଡବଲ୍ସ, ଆଜା ନଚଲେ। ସାଙ୍ଗ ହୋଇ କାମ କରିବା ସମୟରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିଲେ। ସେହି ସମୟରେ କୋଙ୍କଣା ଗର୍ଭବତୀ ମଧ୍ୟ ହୋଇଯାଇଥିଲେ। ବିବାହ ପୂର୍ବରୁ ମା’ ହେବାକୁ ଯାଉଥିବା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ କୋଙ୍କଣା। ଶେଷରେ ୨୦୧୦ରେ ସେ ରଣବୀରଙ୍କୁ ବିବାହ କରିଥିଲେ। ଛଅ ସାତ ବର୍ଷ ବିବାହ ଠିକ୍‌ରେ ଚାଲିବା ପରେ ଏଥିରେ ତିକ୍ତତା ଆସିଥିଲା। ଫଳରେ ତିନି ବର୍ଷ ହେଲା ଉଭୟ ଉଭୟଙ୍କଠାରୁ ଅଲଗା ରହିଆସୁଥିଲେ ବୋଲି କୁହାଯାଉଛି।

ଏବେ ସମ୍ପର୍କକୁ ତୁଟାଇ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି କୋଙ୍କଣା-ରଣବୀର। ଉଭୟଙ୍କ ଛଅ ବର୍ଷର ପୁଅ ରହିଛି। ସହମତି ଭିତ୍ତିରେ ସେମାନେ ଅଲଗା ହେଉଥିବାରୁ ପୁଅଙ୍କ ଯତ୍ନ ଉଭୟେ ନେବେ। ଆଗାମୀ ୬ ମାସ ମଧ୍ୟରେ ଛାଡ଼ପତ୍ର ଫାଇନାଲ ହେବ ବୋଲି ଜଣାପଡ଼ିଛି।

Share