Categories: ଖେଳ

ସ୍ବାମୀ-ସ୍ତ୍ରୀଙ୍କ ଜଲଓ୍ବା:ସ୍ବାମୀ ଦ୍ୱିତୀୟ ବଲରେ ନେଲେ ଉଇକେଟ, ସେପଟେ ସ୍ତ୍ରୀ ୫୩ଟି ବଲରୁ କଲେ ୧୦୬ ରନ୍‌

ସିଡନୀ,୩।୧୧:ଅଷ୍ଟ୍ରେଲିଆ ପେସ୍‌ ବୋଲର୍‌ ମିଚେଲ୍‌ ଷ୍ଟାର୍କ ଏବଂ ତାଙ୍କ ସ୍ତ୍ରୀ ଏଲିସା ହିଲି ମ୍ୟାଚ୍‌ ବିଜେତା ଭାବେ ଜଣାଶୁଣା। ଉଭୟ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ଥାନ୍ତି। ରବିବାର ଏମିତି ଏକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା, ଯେଉଁ ମ୍ୟାଚ୍‌ରେ ଉଭୟ ନିଜ ଦଳ ପାଇଁ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍‌ବାସ୍‌ ଲିଗ୍‌ରେ ଏଲିସା ଶତକ ଅର୍ଜନ କରିଥିବାବେଳେ ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚରେ ଦ୍ୱିତୀୟ ବଲରେ ଉଇକେଟ୍‌ ନେଇଛନ୍ତି। ସିଡନୀ ସିକ୍ସର୍ସ ଉଭକେଟକିପର ତଥ ଓପନର ଥିବା ଏଲିସା ମେଲବର୍ଣ୍ଣ ଷ୍ଟାର୍ସ ବିପକ୍ଷରେ ୫୩ଟି ବଲରୁ ୧୦୬ ମାରିଥିଲେ। ଅପରପକ୍ଷରେ ସିଡନୀରେ ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦ୍ୱିତୀୟ ବଲରେ ଉଇକେଟ ନେଇଥିଲେ ଷ୍ଟାର୍କ। ଏହି ମ୍ୟାଚରେ ଷ୍ଟାର୍କ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ।

Share