ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର ଆସୋସିଏଶନ୍‌ର ବହୁଚର୍ଚ୍ଚିତ ହିନ୍ଦୀ ନାଟକ ଗାନ୍ଧୀଚୌକ ମଞ୍ଚସ୍ଥ ହୋଇଥିଲା ା ଅଶୋକ ମିଶ୍ରଙ୍କ ରଚିତ ଓ ଅଜୟ ଆଟଲେଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ଗାନ୍ଧୀଚୌକ ଦର୍ଶକଙ୍କୁ ଏକ ନିଆରା ବାର୍ତ୍ତା ଦେଇଥିଲା ା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷରେ ଗାନ୍ଧୀ ଦର୍ଶନ ଓ ବିଚାରକୁ ନେଇ ପରିବେଷିତ ଏହି ନାଟକ ବେଶ୍‌ ଶିକ୍ଷଣୀୟ ହୋଇପାରିଥିଲା ା ଗାନ୍ଧିଜୀଙ୍କ ନଁାରେ ଆମ ସମାଜରେ କିଭଳି ସଂକୀର୍ଣ୍ଣ ରାଜନୀତି କରି ଆମେ ବାହାବା ନେଇଥାଉଁ ଏହା ଏହି ନାଟକରେ ପ୍ରଦର୍ଶିତ ହୋଇଥିଲା ା ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନଁାରେ ଭାଗଭାଗ କରି ପୁଣି ଗାନ୍ଧୀଜୀଙ୍କ ନଁାରେ କିଭଳି ସେମାନଙ୍କୁ ଛଳନା କରାଯାଏ ତାହା ନାଟକରେ ପ୍ରଦର୍ଶିତ ହୋଇଥିଲା ା ଗାନ୍ଧୀ ଜୟନ୍ତୀରେ ଜଣେ ମନ୍ତ୍ରୀ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବା ପାଇଁ ବାଧ୍ୟବାଧକତାରେ ଜଣେ ଦଳିତ ବର୍ଗର ବ୍ୟକ୍ତିଙ୍କୁ ଡାକି ଆଣି ଛଳନା କରୁଛନ୍ତି ା ଗାନ୍ଧିଜୀଙ୍କ ନଁାରେ ଭଦ୍ର ମୁଖାରେ ଆମେ କିଭଳି ଆମର ମୁହଁ ଢ଼ାଙ୍କିବାକୁ ଯାଇ ସ୍ବାର୍ଥସିଦ୍ଧି କରୁଛୁଁ ଓ ଏହା ପ୍ରକାରାନ୍ତରେ ଆମ ସମାଜତ ଆମ ପାଇଁ କେତେ ଘାତକ ହେଉଛି ତାହା ଏହି ନାଟକରେ ମାର୍ମିକ ଢ଼ଙ୍ଗରେ ଉପସ୍ଥାପନ କରାଯାଇଥିଲା ା କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା ା ତୀକ୍ଷଣ ବ୍ୟଙ୍ଗ ଓ ହାସ୍ୟରୋଳ ଭିତରେ ଏହି ନାଟକ ସ୍ବାର୍ଥନ୍ଧ ମଣିଷ ଭାବନା ଓ ପ୍ରକୃତ ଗାନ୍ଧୀ ବିଚାର ଓ ଦର୍ଶନକୁ ଉପସ୍ଥାପିତ କରିଥିଲା ା ନାଟକ ଶେଷ ହେବା ପରେ ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ର, ତାଙ୍କ ସ୍ତ୍ରୀ କୁସୁମ ମିଶ୍ର, ମଠଖାଇ ମହୋତ୍ସବ କମିଟି ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି ମଞ୍ଚକୁ ଯାଇ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର ଆସୋସିଏଶନ୍‌ର ସମସ୍ତ ସଦସ୍ୟ, ନାଟକ ଗାନ୍ଧୀଚୌକର ସମସ୍ତ ଅଭିନେତାଙ୍କୁ ସମ୍ମାନିତ କରିଥିଲେ ା