ସ୍ବାସ୍ଥ୍ୟକର୍ମୀଙ୍କୁ ପାସ୍‌ ଅନାବଶ୍ୟକ: ପରିଚୟପତ୍ର ଦେଖାଇ ହସ୍ପିଟାଲ ଯାଇପାରିବେ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଗାଡ଼ିମୋଟର ଯାତାୟାତ ଉପରେ କଟକଣା ଲଗାଯାଇଛି। ନିହାତି ଯିବାର ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ପାସ୍‌ ଦିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ହେଲେ ଏହି ପାସ୍‌ ପାଇଁ ଥାନାରେ ଲୋକଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ଏହି ବ୍ୟବସ୍ଥାକୁ ସ୍ଥଗିତ କରାଯିବା ପରେ ମଙ୍ଗଳବାର ନୂଆ ଘୋଷଣା କରାଯାଇଛି। ବିଶେଷକରି ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ପାସ୍‌ କଟକଣା ଲାଗୁ ହେବନାହିଁ କୁହାଯାଇଛି। ସେମାନଙ୍କ ପାଇଁ କଟକଣା କୋହଳ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲାର ଏସ୍‌ପି ଓ ଡିସିପିମାନଙ୍କୁ ଏ ନେଇ ପୋଲିସ ଡିଜି ଚିଠି କରିଛନ୍ତି। ନିଜ ପରିଚୟପତ୍ର ଦେଖାଇ ସ୍ବାସ୍ଥ୍ୟ କର୍ମଚାରୀ ହସ୍ପିଟାଲ ଯାଇପାରିବେ। ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ କ୍ଷେତ୍ରରେ ନିୟମ ଲାଗୁ କରିବାକୁ କୁହାଯାଇଛି।

Share