ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କର

ନୂଆଦିଲ୍ଲୀ, ୬ା୪: କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ପାଇଁ ମୁସଲମାନମାନଙ୍କୁ ଏହି ସମ୍ପ୍ରଦାୟର ପ୍ରାୟ ୬୦ ଜଣ ବରିଷ୍ଠ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଖୋଲାଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟକର୍ମୀମାନଙ୍କ ବିରୋଧରେ ହିଂସା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ଉକ୍ତ ଚିଠିରେ ବରିଷ୍ଠ ଅଧିକାରୀମାନେ ଇସ୍‌ଲାମିକ୍‌ ଶାସ୍ତ୍ର ଓ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସନ୍ଦିଗ୍ଧ କରୋନା ଭାଇରସ୍‌ ରୋଗୀଙ୍କୁ ଆଇସୋଲେଶନରେ ରଖି ସ୍କ୍ରିନିଂ କରିବା ସମୟରେ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଉଛନ୍ତି। ତେଣୁ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଏହି ଅଧିକାରୀମାନେ ନିଜ ସମ୍ପ୍ରଦାୟର ଲୋକଙ୍କୁ ଅନୁରୋଧ କରିଛନ୍ତି।

Share