ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଲେ ଡାକ୍ତର

କଟକ ଅଫିସ, ୨୨।୪: ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ଏକ ପ୍ରକାର ମାନସିିକ ଚାପ ଦେଇ ଗତି କରୁଛନ୍ତି। ସେହିପରି ଏହି ସ୍ବାସ୍ଥ୍ୟକର୍ମୀମାନଙ୍କ ପରିବାର ଲୋକେ ମଧ୍ୟ ମାନସିିକ ଚିନ୍ତାରେ ରହୁଛନ୍ତି। ଏଭଳି ସମୟରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନଙ୍କ ମନୋବଳ ବଢାଇବା ପାଇଁ ନିମାନ୍‌ ଡିଜିଟାଲ ଏକାଡେମୀ ଏବଂ ଏସ୍‌ସିବି ମାନସିିକ ରୋଗ ବିଭାଗର ଡାକ୍ତରମାନେ ଏକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସମାଧାନର ବିସ୍ତୃତ ଦିଗଗୁଡ଼ିିକ ମଧ୍ୟ ଦର୍ଶାଇଥିଲେ। ଏହି ଭିଡିଓ କନ୍‌ଫରେନ୍ସରେ ଏସ୍‌ସିବି ମାନସିିକ ରୋଗ ବିଭାଗ ମୁଖ୍ୟ ଡାକ୍ତର ଶାରଦା ପ୍ରସନ୍ନ ସ୍ବାଇଁ, ଡା. ସାବିନା ସେଠ୍‌, ଡା. ସୀମା ପରିଜା ଏବଂ କିରନ କୁମାର ଉପସ୍ଥିତ ଥିଲେ। ସେହିପରି ଗତ ୧୪ ତାରିଖରେ ଉକ୍ତ ବିଭାଗ ଦ୍ୱାରା ଭିଡିଓ କନ୍‌ଫରେନି୍ସଂ ଜରିଆରେ ଅନେକ ସାଇକୋଲୋଜି କାଉନସିଲରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

Share