ସ୍ବାସ୍ଥ୍ୟକେନ୍ଦ୍ରରେ ମାସ୍କ ବଣ୍ଟନ କଲା ପୋଲିସ

ଦାରିଙ୍ଗବାଡ଼ି,୨ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଲକ୍‌ଡାଉନ୍‌ କଟକଣା ଜାରିହୋଇଛି।ଡାଉନ। କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ରୋଗୀ ଓ ସମ୍ପର୍କୀୟମାନଙ୍କୁ ମାସ୍କ ପ୍ରଦାନ କରାଯାଇ କରୋନା ସମ୍ପର୍କରେ ସଚେତନ କରାଯାଇଛି। ଆଇଆଇସି କୌଶିକ ମାଝୀ, ଏସ୍‌ଆଇ ଅନିଲ କୁମାର ଦେବତ୍ତା, ସୌମ୍ୟରଞ୍ଜନ ଜେନା ପ୍ରମୁଖ ମାସ୍କ ବଣ୍ଟନ ସହ ଶପଥପାଠ, ସଚେତନ କରାଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଯେଉଁଦିନ ଠାରୁ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଥିଲା ସେହିଦିନ ଠାରୁ ଜିଲାରେ ପ୍ରଥମେ ସମସ୍ତ ପାର୍କ, ବିଦ୍ୟାଳୟରେ ତାଲା ପକାଯାଇଥିଲା। ଏଥିସହ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଜିଲାରେ ୧୪୪ ଧାରା ଜାରି କରିଥିଲେ। ଗୁରୁବାର ସୁଦ୍ଧା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗଁା ଥାନା ଅଞ୍ଚଳରେ ଲକ୍‌ଡାଉନ ଅବମାନନା କରିଥିବା ୧୦ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ବାହରୁ ଫେରିଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଉଛି। ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଥିବା ଜଣାପଡ଼ିଛି।