ସ୍ବାସ୍ଥ୍ୟକେନ୍ଦ୍ରରେ ସରପଞ୍ଚଙ୍କ ପୁଅ ତାଲା ପକାଇବା ଘଟଣା : ଏହାକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା

ବାହାନଗା, ୨୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଶୁକ୍ରବାର ଅପରାହ୍ନରେ ସରପଞ୍ଚଙ୍କ ପୁଅ ଓ ତାଙ୍କର ଜଣେ ସାଙ୍ଗ ଉତ୍ତ୍ୟକ୍ତ ହୋଇ ତାଲା ପକାଇ ଦେଇଥିଲେ। ଫଳରେ ଗ୍ରାମବାସୀ ଏହ ଘଟଣାକୁ ବିରୋଧ କରି ଶନିବାର ସକାଳୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି। ସେମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଓ ସର୍ବ ସମ୍ମୁଖରେ ଦୁଇଜଣ ଭୁଲ ମାଗନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।