ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଗାର୍ଡେନିଂ: ରତୀନ୍ଦ୍ରଙ୍କ ଅନନ୍ୟ ପ୍ରୟାସ

ବାଲିଆପାଳ, ୧୩ା୮(ଡି.ଏନ.ଏ.)-ସୁସ୍ଥ ପରିବେଶ ଦେହ ଓ ମନକୁ ସୁସ୍ଥ ରଖେ। ଏହି କଥାର ମର୍ମ ବୁଝି ଏହାକୁ କାର୍ଯ୍ୟରେ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ଡାକ୍ତରଖାନାରେ ରୋଗୀଙ୍କୁ ସେବା ଯୋଗାଉଥିବା ଫାର୍ମାସିଷ୍ଟ ରତୀନ୍ଦ୍ର ନାରାୟଣ ପରିଡା। ସେ ନିଜ ଉଦ୍ୟମରେ ଡାକ୍ତରଖାନା ଚାରିପଟେ ସୃଷ୍ଟି କରିଛନ୍ତି ମନୋରମ ଉଦ୍ୟାନ। ସ୍ବାସ୍ଥ୍ୟସେବା ତାଙ୍କର ପେସା ହୋଇଥିଲେ ବିି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛତା ଓ ଗାର୍ଡେନିଂ କରିବା ତାଙ୍କ ନିଶା ପାଲଟିଛି। ଔଷଧୀୟ ଗଛଲତାଠାରୁ ଆରମ୍ଭ କରି ଘାସ ଗାଲିଚା ଓ ଫୁଲ ଫଳ ଗଛ ଲଗାଇ ସେ ଡାକ୍ତରଖାନା ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖିପାରିଛନ୍ତି।
ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକଠାରୁ ୩ କି.ମି. ଦୂରରେ ରହିଛି ଘଣ୍ଟୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଏହାର ପ୍ରବେଶ ପଥର ମୁଖ୍ୟ ଫାଟକର ବାମ ପାର୍ଶ୍ୱକୁ ଲାଗି ତିଆରି ହୋଇଛି ମନୋରମ ବଗିଚା। ୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଫୁଲ ଗଛ ସାଙ୍ଗକୁ ଘାସଗାଲିଚା ରହିିଛି। ଏଥିସହ ମଝିରେ ରହିଛି କୃତ୍ରିମ ଝରଣା, ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଗୀଙ୍କୁ ଜୀବନ ଦାନ ଦେଉଥିବା ଡାକ୍ତରଖାନା ପରିସରକୁ କିଭଳି ସ୍ବଚ୍ଛ ଓ ସରସ ସୁନ୍ଦର କରି ରଖାଯାଇପାରିବ ଏହି ଡାକ୍ତରଖାନା ଏକ ଉତ୍କଷ୍ଟ ନମୁନା ସାଜିଛି।
୧୯୯୧ରେ ପ୍ରତିଷ୍ଠା ହୋଇଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମେ ସ୍ଥାନୀୟ ବିଦ୍ୟାଳୟରେ ଚାଲୁଥିଲା ା ୨୦୦୦ ମସିହାରେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଦେଢ ଏକର ପରିତ୍ୟକ୍ତ ଜାଗାରେ ଗୃହ ନିର୍ମାଣ ହେଲା। ପର୍ଯ୍ୟାୟକ୍ରମେ ଡାକ୍ତରଖାନା ପରିସରରେ ଓପିଡି, ଆୟୁଷ ଓପିଡି, ଡ୍ରେସିଂରୁମ୍‌, ଷ୍ଟୋର ରୁମ୍‌, ଲାବୋରେଟୋରି, ଇମୁନାଇଜେଶନ ରୁମ୍‌, ରେନୱାଟର ହାରଭେଷ୍ଟିଙ୍ଗ ପଏଣ୍ଟ, ଗ୍ରେୱାଟର ହାରଭେଷ୍ଟିଙ୍ଗ ପଏଣ୍ଟ, ଷ୍ଟାଫ୍‌ କ୍ୱାର୍ଟର୍ସ ଆଦି ଗଢି ଉଠିଲା। ରତୀନ୍ଦ୍ର କହନ୍ତି, ସବୁଜିମାଭରା ପରିବେଶ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ା ଏହା ରୋଗୀଙ୍କୁ ଆରୋଗ୍ୟ ହେବାରେ ସାହାଯ୍ୟ କରେ। ଆଜିକାଲି ବୈଜ୍ଞାନିକମାନେ ବିଭିନ୍ନ ରଙ୍ଗ, ସଙ୍ଗୀତ ଓ ସବୁଜିମା ପରିବେଶ ରୋଗ ଦୂର କରିବାରେ ସହାୟକ ହେଉଥିବା ଗବେଷଣା କରି ଦର୍ଶାଉଛନ୍ତି। ସ୍ବଚ୍ଛ ଭାରତ ଯୋଜନା ହେବାର ବହୁ ପୂର୍ବରୁ ସେ ଡାକ୍ତରଖାନା ପରିବେଶକୁ ସରସ ସୁନ୍ଦର ରଖିବା ଲାଗି ସଂକଳ୍ପ ନେଇ ଆଗକୁ ମାଡି ଚାଲିଛନ୍ତି। ତାଙ୍କୁ କିଛି ଫୁରସତ ମିଳିଲେ ସେ ଏହି ଉଦ୍ୟାନକୁ ଆସି ଲଗାଯାଇଥିବା ଗଛର ଯତ୍ନ ନିଅନ୍ତି। ମାଳି ଭଳି ସେ କାମରେ ଲାଗିପଡନ୍ତି। ଡାକ୍ତରଖାନା ମୁଖ୍ୟ ଫାଟକର ବାମ ପାର୍ଶ୍ୱରେ ଥିବା ବଗିଚାରେ ୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଫୁଲ ଗଛ ରହିଛି। ଡାକ୍ତରଖାନା ପରିସରରେ ଗଢିଉଠିଥିବା ଔଷଧୀୟ ପାର୍କରେ ଗୁଡୁଚି, ସଦାବିହାରୀ, ବାସଙ୍ଗ, ଅମରପୋଇ, ବ୍ରାହ୍ମୀ, ପିପ୍ପଳୀ, ଗୋଲମରିଚ, ଭୃଙ୍ଗରାଜ, ହେମସା ଗିରି, ଚିରିତା, ପାତାଳ ଗୁରୁଡ, ବଚ, ଗନ୍ଧାଳି, ସପରକେଚୁ, ପାଳୁଅଗନ୍ଧାଳି ଭଳି ଶତାଧିକ ଔଷଧୀୟ ବୃକ୍ଷ ଲଗାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଦକ୍ଷିଣ ପଟେ ଆମ୍ବ, ପିଜୁଳି, କମଳା, ଲିଚୁ, କରମଙ୍ଗା, ଅଙ୍ଗୁର ପରି ଗଛ ଲଗାଯାଇଛି। ସେହିପରି କିଚେନ ଗାର୍ଡେନ କରି କେବଳ ଜୈବିକ ସାର ପ୍ରୟୋଗ କରି ବାଇଗଣ, କୁନ୍ଦୁରି, ପୋଟଳ, ଭେଣ୍ଡି, କଲରା, ଓଲୁଅ ପ୍ରଭୃତି ପରିବା ଚାଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ସେ ଜଣେ ଦୃଢ ସମର୍ଥକ ବୋଲି କହନ୍ତି। ଏଥିଲାଗି ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ସମସ୍ତ କାନ୍ଥରେ ସ୍ବଚ୍ଛତା ଓ ରୋଗ ପ୍ରତିରୋଧକ ବାର୍ତ୍ତା ଲେଖାଇଛନ୍ତି। ସ୍ବଚ୍ଛ ପାନୀୟ ଜଳ ପାଇଁ ଆକ୍ୱାଗାର୍ଡର ବ୍ୟବସ୍ଥା କରାଯାଇଛି। ରତୀନ୍ଦ୍ରଙ୍କ ତତ୍ତ୍ୱାବଧାନରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ନିୟୋଜିତ କରାଯାଇଥିବା ଗାର୍ଡେନର ସୂର୍ଯ୍ୟକାନ୍ତି ବଡୁ, ମହିଳା ସ୍ବାସ୍ଥ୍ୟକର୍ମୀ ଭାନୁମତୀ ବେହେରା, ଚତୁର୍ଥଶ୍ରେଣୀ କର୍ମଚାରୀ ଶମ୍ଭୁନାଥ ବଡୁ ଓ ତାଙ୍କର ଧର୍ମପତ୍ନୀ ଝରଣା ପରିଡା ଗାଡେନିଂ କାର୍ଯ୍ୟରେ ନିରନ୍ତର ଭାବେ ସହଯୋଗ କରିଆସୁଛନ୍ତି। ଡାକ୍ତରଖାନାରେ ୨୦୦୯ରୁ କୌଣସି ଡାକ୍ତର ନ ଥିବାରୁ ସେ ରୋଗୀଙ୍କ ଚିକିତ୍ସା ସେବା କରିବା ପରେ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପାଇଁ ସମୟ ଦେଇଥାନ୍ତି। ଏଥିସହ ଆର୍ଥତ୍କ ସହାୟତା ମଧ୍ୟ କରିଥାନ୍ତି। ଭାରି ସାଦାସିଧା ଜୀବନ ବିତାଉଥିବା ରତୀନ୍ଦ୍ରଙ୍କ ନିଆରା ବ୍ୟକ୍ତିତ୍ୱକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପ୍ରଶଂସା କରିଥାନ୍ତି। ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ହେଲେ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri