ସ୍ବାସ୍ଥ୍ୟପକ୍ଷେ ବହୁ ଉପକାରୀ କଞ୍ଚାକଦଳୀ

କଞ୍ଚାକଦଳୀର ବହୁ ଉପକାରୀ ଗୁଣ ରହିଛି। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାବ୍ୟତୀତ ଏଥିରେ ଭିଟାମିନ ବି-୬, ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଛି। ତେବେ ପ୍ରତିଦିନ ରୋଷେଇରେ କଞ୍ଚାକଦଳୀ ବ୍ୟବହାର କଲେ ଏସବୁ ଉପକାର ମିଳିଥାଏ ଜାଣନ୍ତୁ…

– କଞ୍ଚାକଦଳୀରେ ମ୍ୟାଗ୍ନେସିୟମ ଥିବାରୁ ଖାଦ୍ୟ ସହଜରେ ହଜମ ହୋଇଥାଏ।

– ହାଡ଼ ମଜଭୁତ ହୋଇଥାଏ।

– କଞ୍ଚାକଦଳୀରେ ପ୍ରଚୁର ପରମାଣର ପୋଟାସିୟମ ଥିବାରୁ ରକ୍ତ ସଂଚାଳନ ସଠିକ୍‌ ଭାବରେ ହୋଇଥାଏ। ଏହା ରକ୍ତଚାପ ନିିୟନ୍ତ୍ରଣ କରିଥାଏ।

– ଏହା ଆମାଶୟ ଜନିତ ସମସ୍ୟା ଦୂର କରିଥାଏ।

– ଛୋଟ ପିଲାମାନେ କଞ୍ଚାକଦଳୀ ଖାଇଲେ ମାନସିକ ତଥା ଶାରୀରିକ ବିକାଶ ହୋଇଥାଏ।