ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୁର୍ଲା ଭୀମସାର ମେଡିକାଲ କଲେଜ ପରିଦର୍ଶନ

ସମ୍ବଲପୁର, ୧୦।୭ (ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଆଇସିୟୁ ଯାଇ ଡାକ୍ତରଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପରେ କଲେଜ ପରିସରରେ ସମସ୍ତ ବିଭାଗର ଏଚ୍‌ଓଡିଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। କଲେଜ ଓ ମେଡିକାଲର ବିଭିନ୍ନ ସମସ୍ୟା ଉପରେ ସେ ଆଲୋଚନା କରିଛନ୍ତି।