ସ୍ବାସ୍ଥ୍ୟୋପକାରୀ ଆମ୍ବ

ଆମ୍ବରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କଞ୍ଚା ଆମ୍ବ ଚଣଟି ଅଜୀର୍ଣ୍ଣ ସମସ୍ୟାକୁ କେତେକାଂଶରେ ଦୂର କରିଥାଏ। ଆମ୍ବ ଖାଇଲେ ତାହା କୋଲେଷ୍ଟରଲ ସ୍ତରକୁ ସନ୍ତୁଳିତ ରଖିଥାଏ। କ୍ୟାନ୍‌ସର ସହ ଲଢ଼ିବାର ଶକ୍ତି ଆମ୍ବର ରହିଛି ବୋଲି ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି। ଆମ୍ବରେ ଭିଟାମିନ୍‌ ‘ସି’ ଭରି ରହିଛି। ଏଥିରେ ଥିବା ଭିଟାମିନ୍‌ ‘ଏ’ ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ। ଆମ୍ବ ହେଉଛି ବେଟା କ୍ୟାରୋଟିନ୍‌ର ଅନ୍ୟତମ ଉତ୍ସ ଏବଂ ଏହା ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଆମ୍ବରେ ଥିବା ଭିଟାମିନ୍‌ ‘ବି-୬’ ମସ୍ତିଷ୍କ ପାଇଁ ବେଶ୍‌ ଉପକାରୀ। ବ୍ଲଡପ୍ରେସର ରୋଗୀ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି। ଖାସ୍‌ କଥା ହେଲା, ଆମ୍ବ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାକୁ ଖାଇଲେ ଅସ୍ଥି ମଧ୍ୟ ମଜଭୁତ ହୋଇଥାଏ।