ସ୍ବାସ୍ଥ୍ୟ ଉପକାରୀ କଦଳୀ

କଦଳୀ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । କଦଳୀରୁ ଅନେକ ପ୍ରକାର ପୋଷକତତ୍ତ୍ୱ ସହ ଭିଟାମିନ୍‌ ମିଳିଥାଏ। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କାରୁ ମୁକ୍ତି ଦେଇଥାଏ। ଏଥିରୁ ପୋଟାସିୟମ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ମିଳିଥାଏ। ହୃଦ୍‌ଘାତ ସମସ୍ୟାରୁ ମୁକ୍ତି ଦେବା ସହ ଓଜନ ବଢ଼ିବା ପାଇଁ କଦଳୀ ମଧ୍ୟ ସାହାଯ୍ୟ କରିଥାଏ। ପ୍ରତିଦିନ କ୍ଷୀର ସହ କଦଳୀ ଖାଇବା ଫଳରେ ଓଜନ ବଢ଼ିଥାଏ।

ତେବେ ଜାଣନ୍ତୁ କଦଳୀର ଉପକାରୀ ଗୁଣ ସମ୍ପର୍କରେ..
– କଦଳୀରେ ଥିବା ଫାଇଭର ଯୋଗୁ ଶୀଘ୍ର ଭୋକ ହୋଇ ନ ଥାଏ। ଏହା ସହ ମେଟାବୋଲିଜିମ୍‌କୁ ସକ୍ରିୟ କରିଥାଏ।

-କଦଳୀ ଓଜନ ମଧ୍ୟ କମ୍‌ କରିଥାଏ । ଏହାକୁ ଖାଇବା ଫଳରେ ଅନେକ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନ ଥାଏ।

-ପୋଟାସିୟମର ମାତ୍ରା ଅଧିକ ଥିବାରୁ ଏହା ମଧ୍ୟ ରକ୍ତ ଚାପ ଆଶଙ୍କା ଦୂର କରିଥାଏ।

– ଏହା ପାଚନତନ୍ତ୍ର ପ୍ରକ୍ରିୟାକୁ ସକ୍ରିୟ କରିବା ସହ ପେଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

– କଦଳୀରେ ମ୍ୟାଗ୍ନେସିୟମ ରହିବା କାରଣରୁ ଏହା ନିଦ୍ରା ସମସ୍ୟା ଦୂର କରିଥାଏ।