ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀଙ୍କ ସହ ୟୁନିସେଫ୍‌ ମୁଖ୍ୟକ୍ଷେତ୍ର ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ୟୁନିସେଫ୍‌ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲ୍‌ସେନ୍‌ ଗୁରୁବାର ସଚିବାଳୟଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, କାର୍ଯ୍ୟକାରୀ ହେଉଥିବା ସମ୍ପୂର୍ଣ୍ଣା ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏହିସବୁ କାର୍ଯ୍ୟକ୍ରମ ଓଡ଼ିଶାରେ ବେଶ୍‌ ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବା ଏବଂ ଏହାର ସୁଫଳ ମିଳୁ ନ ଥିବା ପ୍ରକାଶ କରି ଆଗାମୀ ଦିନରେ ୟୁନିସେଫ୍‌ ତା’ର ସହାୟତା ଓ ସହଯୋଗ ବଜାୟ ରଖିବ ବୋଲି ପ୍ରକାଶ କରିଛନ୍ତି। ଏହି ଆଲୋଚନାରେ ୟୁନିସେଫ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞ ଡାଃ ବିବେକ ଭିରେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ।

Share