ବଇଣ୍ଡା, ୧୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନମୁନା ସଂଗ୍ରହ ଓ ପରୀକ୍ଷାକୁ ବ୍ୟାପକ କରିବାକୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ କରାଯାଇଛି। କିଶୋରନଗରରେ ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟଠାରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକ୍ୟାମ୍ପରେ ଅନୁଗୋଳ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ୫୦ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି । ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସରୋଜ କୁମାର ନନ୍ଦ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ନାରାୟଣ ଦେହୁରୀ, ମନୋଜ କୁମାର ପ୍ରଧାନ, ସରୋଜ କୁମାର ସାହୁ ଲୋକଙ୍କଠାରୁ ସ୍ବାବ ସଂଗ୍ରହ କରିଥିଲେ। ଭୁବନେଶ୍ୱରର ବମିଖାଲ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଓ ତାଙ୍କ ସମ୍ପର୍କୀୟଙ୍କଠାରୁ ମଧ୍ୟ ସ୍ବାବ ପରୀକ୍ଷା ପାଇଁ ନିଆଯାଇଛି । ସଂଗୃହୀତ ସ୍ବାବ ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦିଆଯାଇଛି।