ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା

ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ଯାହା ସମ୍ପର୍କରେ ହୁଏତ ଅନେକେ ଅଜଣା ଥିବେ। ଶାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ ଥିବା ଭ୍ରୂଣର ବିକାଶରେ ସହାୟକ ହୋଇଥାଏ। ପୁଣି ଏହା କାର୍ବୋହାଇଡ୍ରେଟ୍‌ର ଏକ ଉତ୍ତମ ଉତ୍ସ। ଏହା ଶରୀରରେ ତୁରନ୍ତ ଏବଂ ଆବଶ୍ୟକ ଶକ୍ତି ଦେବାରେ ସହାୟକ ହୋଇଥାଏ। କାମ କରିବା ପରେ ଥକ୍କା ଲାଗୁଥିଲେ, ଶାଗୁଦାନା ସେବନ କଲେ ଶରୀର ତୁରନ୍ତ ତାଜା ହୋଇଯାଏ। ଏଥିରେ ଥିବା ପୋଟାସିୟମ୍‌ ରକ୍ତ ସଞ୍ଚାଳନକୁ ଉତ୍ତମ କରିବା ସହ ତାକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ, ଏହାଦ୍ୱାରା ରକ୍ତଚାପ ସମସ୍ୟାରୁ ବ୍ୟକ୍ତି ବର୍ତ୍ତିଯାଏ। ଯେଉଁମାନଙ୍କଠାରେ ଇଟିଙ୍ଗ୍‌ ଡିଜ୍‌ଅର୍ଡର୍‌ ସମସ୍ୟା ରହିଛି, ସେମାନଙ୍କ ପାଇଁ ଶାଗୁଦାନା ବରଦାନ ସଦୃଶ। ସକାଳେ ଏହା ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେନାହଁି। ଫଳରେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ଘରୋଇ ଉପାୟ…

ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ...

ଘରେ ଝାଡ଼ୁକୁ ରଖୁଛନ୍ତି କି ଏମିତି ତେବେ ନିହାତି ଜାଣନ୍ତୁ…

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର...

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri