ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ

ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍‌ ମେଲବୋର୍ଣ୍ଣର ଖାଦ୍ୟବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ସେମାନଙ୍କ ମତରେ, ଯଦି ଜଣେ ବ୍ୟକ୍ତି ମାସକୁ ଅନ୍ତତଃ ଥରେ ଉପବାସ ରହେ, ତେବେ ତା’ର ପାଚନ କ୍ରିୟା ପୂର୍ବାପେକ୍ଷା ସକ୍ରିୟ ରହିଥାଏ। ଫଳରେ ଶରୀରରୁ ଟକ୍ସିନ୍‌ ସହଜରେ ବାହାରିଯାଇଥାଏ। ପରୀକ୍ଷାସ୍ବରୂପ ନିୟମିତ ସମୟ ଅନ୍ତରାଳରେ ଉପବାସ ରହୁଥିବା କିଛି ବ୍ୟକ୍ତିଙ୍କ ପାଚନକ୍ରିୟା କିପରି କାର୍ଯ୍ୟ କରୁଛି ତାହାକୁ ନିରୀକ୍ଷଣ କରାଯାଇଥିଲା। କେବଳ ସେତିକି ନୁହେଁ, ସେମାନଙ୍କ ଶରୀରରେ ଟକ୍ସିନ୍‌ ପରିମାଣ ପୂର୍ବାପେକ୍ଷା ବେଶ୍‌ ସନ୍ତୁଳିତ ଥିଲା ବୋଲି ମଧ୍ୟ ଖାଦ୍ୟବିଜ୍ଞାନୀମାନେ ଜାଣିବାକୁ ପାଇଥିଲେ।