Categories: ଜାତୀୟ

ସ୍ବାସ୍ଥ୍ୟ ବିଭାଗ ସମ୍ଭାଳିବେ ସିସୋଡିଆ

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁପସ୍ଥିତରେ ଏବେ ତାଙ୍କ ବିଭାଗର ଦାୟିତ୍ୱ ସମ୍ଭାଳିବେ ଉପମୁଖ୍ୟନ୍ତ୍ରୀ ମନିଷ ସିସୋଡିଆ। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ବୁଧବାର ପଜିଟିଭ ଆସିଥିବା ବେଳେ ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ବିଭାଗର ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ଭାଳିବାକୁ ପଡିବ। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରଥମ ଟେଷ୍ଟରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ଦ୍ୱିତୀୟ ଥର କରୋନା ରିପୋର୍ଟ ପଜିଟିଭ ଆସିବାରୁ ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି।

Share