ସ୍ବାସ୍ଥ୍ୟ ବୀମା କାର୍ଯ୍ୟକାରିତା ନେଇ ଦାବିପତ୍ର

ଯାଜପୁରରୋଡ/କଳିଙ୍ଗନଗର,୨୭।୮(ସ୍ବ.ପ୍ର/ଡି.ଏନ୍‌.ଏ.)- ଯାଜପୁର ଜିଲା ବ୍ୟାସନଗର ସହର ଆଗାମୀ ଦିନରେ ପ୍ରମୁଖ ସହର ହେବାକୁ ଯାଉଛି ା କିନ୍ତୁ ଜିଲା ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଅଧିବାସୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଗୁରୁତ୍ୱ ଦିଆଯାଉ ନାହିଁ । ଫଳରେ ଶତାଧିକ ଲୋକ ଭିନ୍ନ ଭିନ୍ନରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ହେଲେ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ବ୍ୟାସନଗର ପୌରପରିଷଦରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏ ଦିଗରେ ପଦକ୍ଷେପ ଦାବିରେ ସୋମବାର ବ୍ୟାସନଗର ସ୍ଥିତ ଚେତନା ଲେଡିସ୍‌ କ୍ଲବ ତରଫରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ କଳିଙ୍ଗନଗର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭୂଅଧିଗ୍ରହଣ ଅଧିକାରୀ ସପନୀ କୁମାର ନନ୍ଦଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ୧୫ଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସ୍ବାସ୍ଥ୍ୟ ବୀମା ଯୋଜନାର ସୁବିଧା ପ୍ରଦାନ କରା ନ ଗଲେ ଗଣ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଚେତନା ଲେଡିଜ୍‌ କ୍ଲବର ସଭାପତି ସବିତା ଖୁଣ୍ଟିଆ, ସାଧାରଣ ସମ୍ପାଦକ ମିଲ୍ଲି ମହାଳିକ, ଆନନ୍ଦିତା ଦାସ୍‌, ନମିତା ଲାହା, ଦୀପ୍ତିମୟୀ ନାୟକ, ହେନାରାଣୀ ନାଥ, ମିନତି ହାତି, ଉଷା ମୁଖୀ, ସଶ୍ମିତା ଦେ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଳେ। ଅନ୍ୟମାନଙ୍କ ମଧ୍ୟରେ ମାନସୀ ମଲ୍ଲିକ୍‌, ଆରତୀ ସାହୁ, ମୈତ୍ରୀ ଗୋଚ୍ଛାୟତ, ବନିତା ନାୟକ, ପ୍ରଜ୍ଞା ପରମିତା ସାହୁ, ମାନସୀ ପେରେଇ, ମମତା ମଞ୍ଜରୀ ଜେନା, ସୁଜାତା ସାହୁ, ସୋର୍ଣ୍ଣଲତା ସାହୁ, ମୀନା ମଲ୍ଲିକ୍‌, ସେବତୀ ସାମଲ, ରୁନୁ ସାମଲ୍‌, ଋପା ସେଠୀ, ଉମା ପରମାଣିକ୍‌, ବେବି ପରମାଣିକ୍‌, କଞ୍ଜନ ଦାସ୍‌, ମୀନା ମଲ୍ଲିକ୍‌, ସରସ୍ବତୀ ମଲ୍ଲିକ୍‌, ଉପଦେଷ୍ଟା ବ୍ୟାସଦେବ ମଣ୍ଡଳ ଭାଜପା ସଭାପତି ନିତ୍ୟାନନ୍ଦ ମହାଳିକ୍‌, ବିନୟ ରାଉତ, ଭ୍ରମରବର ରାଉତ, ସରୋଜ କୁମାର ଦେ, ପ୍ରକାଶ କୁମାର ରାଉତ, ସୁଜିତ୍‌ ମଲ୍ଲିକ୍‌, ଜ୍ଞାନ ରଞ୍ଜନ ଓଝା ପ୍ରମୁଖ ଉପସ୍ଥିତ ଥିଲେ।