ଭୁବନେଶ୍ୱର, ୧୭।୩(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ରବିବାର କରୋନା ମୁକାବିଲା ପାଇଁ ଯେଉଁ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କସରତ ଚାଲିଥିଲା ସେହି ସମୟରେ ସଚିବ ଧଳଙ୍କ ପିତା ସୁଖଦେବ ଧଳ (୯୨)ଙ୍କ ମୃତ୍ୟୁ ଖବର ପାଇଥିଲେ। ହେଲେ ସେ ନିଜ କାର୍ଯ୍ୟ ନିର୍ବାହ କରି ନିଜ ଘର ବିଞ୍ଝାରପୁରକୁ ଯାଇଥିଲେ। ତେବେ ଅନ୍ତିମ କ୍ରିୟା ସାହି ସୋମବାର ସଚିବ ପୁଣି ଅଫିସରେ ଯୋଗଦେଇଥିଲେ। ଏହାଦେଖି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ନିକୁଞ୍ଜ ଧଳ ଆମ ସମସ୍ତଙ୍କ ପାଇଁ ଜଣେ କର୍ତ୍ତବ୍ୟପରାୟଣ ବ୍ୟକ୍ତି। ମୋ ତରଫରୁ ଓ ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକତା ଧନ୍ୟବାଦ ଜଣାଇବା ସହିତ ସ୍ବର୍ଗତ ପିତାଙ୍କ ପାଇଁ ପ୍ରାର୍ଥନା କରୁଛି। ମୁଖ୍ୟମନ୍ତ୍ରଙ୍କ ଏହି ପ୍ରଶଂସା ସମ୍ପର୍କରେ ସୋମବାର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ସଚେତନ କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି।