ନୂଆଦିଲ୍ଲୀ,୨୭ା୪(ପି.ଟି.): କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୂଦନଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରେ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ୩ ମାସ ବଢ଼ାଇ ଦିଆଯାଇଛି। ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳବଦଳ ଅନୁଯାୟୀ ୨୩ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ନିଯୁକ୍ତ କରାଯାଇଛି। ଗ୍ରାମାଞ୍ଚଳ ବିକାଶ ସଚିବ ରାଜେଶ ଭୂଷଣଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଅନ୍ ସ୍ପେଶିଆଲ ଡ୍ୟୁଟି (ଓଏସ୍ଡି) ନିଯୁକ୍ତ କରାଯାଇଛି।