ସ୍ବା ସ୍ଥ୍ୟ ସୂ ଚ ନା

ବିଛଣାରୁ ଉଠିବା ପୂର୍ବରୁ କିଛି ସମୟ ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ କରନ୍ତୁ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଏବଂ ପାଚନକ୍ରିୟା ଆହୁରି ସକ୍ରିୟ ହୋଇଥାଏ। କେବଳ ସେତିକି ନୁହେଁ ଏହାଦ୍ୱାରା ଅଣ୍ଟା ଦରଜ ଭଳିି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ।
ଦୈନନ୍ଦିନ କାମକୁ ନେଇ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସକାଳେ ବ୍ରେକ୍‌ଫାଷ୍ଟ କରିବାକୁ ଭୁଲନ୍ତୁ ନାହିଁ। କାରଣ ଏହା ମାନସିକତାକୁ ସକାରାତ୍ମକ ରଖିବାରେ ଅନେକାଂଶରେ ସାହାଯ୍ୟ କରିଥାଏ।
ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଜଙ୍କ ଫୁଡ୍‌ ଖାଇବା ଯଦି ଅଭ୍ୟାସରେ ପରିଣତ ହୋଇଯାଇଛି ତେବେ ଏଭଳି ଅଭ୍ୟାସ ବଦଳାଇବାକୁ ଚେଷ୍ଟା କରନ୍ତୁ। କାରଣ ଜଙ୍କ୍‌ ଫୁଡ୍‌ଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ଶରୀର ପାଇଁ ସେତେ ଭଲ।