ସ୍ବା ସ୍ଥ୍ୟ ସୂ ଚ ନା

-କୌଣସି ରୋଗର ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ହୁଏତ ଗମ୍ଭୀର ସମସ୍ୟା ଧାରଣ କରିପାରେ। ତେଣୁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
-ଡାକ୍ତରଙ୍କ ସହ ରୋଗ ବିଷୟରେ ଆଲୋଚନା କରିବା ସମୟରେ କୌଣସି କଥା ଲୁଚାଇବା ଠିକ୍‌ ନୁହେଁ। କାରଣ ରୋଗର କାରଣଗୁଡ଼ିକୁ ତର୍ଜମା କରି ଡାକ୍ତର ସେହି ରୋଗର ଚିକିତ୍ସା କରିଥାଆନ୍ତି।
-କେତେକ ରୋଗ ନିରୂପଣ ସମୟରେ ଡାକ୍ତର ରକ୍ତ ନମୁନା ପରୀକ୍ଷା କରିବା, ଏକ୍ସ-ରେ, ଅଲ୍‌ଟ୍ରାସାଉଣ୍ଡ, ସିଟି ସ୍କାନ୍‌ ଆଦି କରିବାକୁ ପ୍ରେସ୍‌କ୍ରିପ୍‌ସନରେ ଉଲ୍ଲେଖ କରିଥାଆନ୍ତି। ଏଗୁଡ଼ିକୁ ହାଲୁକା ଭାବେ ନ ନେଇ ପରୀକ୍ଷା କରାଇନେବା ଦରକାର।
-ବ୍ରେକ୍‌ଫାଷ୍ଟରେ ତଟକା ଫଳମୂଳ ସାମିଲ କରନ୍ତୁ। ଏହି ସମୟରେ ଜୁସ୍‌ ପିଇପାରନ୍ତି।
-ସକାଳୁ ବ୍ୟାୟାମ କରିବାର ୧୦ ମିନିଟ୍‌ ପୂର୍ବରୁ ଅଳ୍ପ ପାଣି ପିଅନ୍ତୁ।