Advertisement

ସ୍ବା ସ୍ଥ୍ୟ ସୂ ଚ ନା

କେତେକ ରୋଗର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ପ୍ରାୟ ଅବଗତ। ଅପରପକ୍ଷରେ କିଛି ଜଟିଳ ରୋଗ ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଉଛି। ଯଦି ଆପଣ କୌଣସି ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ସୂଚନା ପାଇଲେ, ତେବେ ବିଳମ୍ବ ନ କରି ତୁରନ୍ତ ତାହାର ଚିକିତ୍ସା କରାଇ ନିଅନ୍ତୁ। କାରଣ ସାମାନ୍ୟ ଅବହେଳା ଆପଣଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।
କେତେକ ଖାଦ୍ୟ ଅଛି, ଯାହାକୁ ଦେଖିବା ମାତ୍ରେ ଆମ ପାଟିରୁ ଲାଳ ଗଡ଼ିଥାଏ। ଲୋଭ ସମ୍ବରଣ କରି ନ ପାରି ଅନେକ ସେପରି ଖାଦ୍ୟ ଆବଶ୍ୟକତାଠାରୁ ଅଧିକ ଖାଇଥାଆନ୍ତି। ହେଲେ ତାହା ପରୋକ୍ଷରେ କେତେକ ରୋଗକୁ ଡାକି ଆଣିଥାଏ। ତେଣୁ ଖାଦ୍ୟପେୟ ପ୍ରତି ଆମେ ଯଥେଷ୍ଟ ସଚେତନ ରହିବା ବିଧେୟ।
ଭିଟାମିନ୍‌ଯୁକ୍ତ ତଥା ସୁପାଚ୍ୟ ଖାଦ୍ୟ ହିଁ ଖାଆନ୍ତୁ। ଖାଦ୍ୟ ତାଲିକାରେ ତଟକା ଫଳମୂଳ, ଜୁସ୍‌ ସାମିଲ କରନ୍ତୁ।
ଅସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ ବ୍ୟାୟାମ କରିଥାଆନ୍ତି। ହେଲେ ଏହି ସମୟରେ ବ୍ୟାୟାମରୁ ବିରତ ରହିଲେ କିଛି କ୍ଷତି ନାହିଁ। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଲାଗିଲା ପରେ ହିଁ ବ୍ୟାୟାମ କରନ୍ତୁ।
କିଛି ସମୟ ଯୋଗ, ପ୍ରାଣାୟାମ କରନ୍ତୁ। ଏହା ମାନସିକତାକୁ ସକାରାତ୍ମକ ରଖିବାରେ ସାହାଯ୍ୟ କରିଥାଏ।
ଅଧିକାଂଶ ଯୁବପିଢ଼ି ଜିମ୍‌ ଯାଇ ବ୍ୟାୟାମ କରିବାକୁ ପସନ୍ଦ କରୁଛନ୍ତି। ହେଲେ ସେଠାରେ ଆପଣ କି କି ବ୍ୟାୟାମ କରିବେ ତାହା ବ୍ୟାୟାମ ଏକ୍ସପର୍ଟଙ୍କଠାରୁ ବୁଝିନିଅନ୍ତୁ।
ଆପଣ କଠିନ ବ୍ୟାୟାମ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ କିଛି ସମୟ ବିଶ୍ରାମ ନିଅନ୍ତୁ। ଯଦି ଶୋଷ ଲାଗୁଛି ତେବେ ଅଳ୍ପ ପାଣି ପିଇପାରନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel