ସ୍ବେଚ୍ଛାସେବୀଙ୍କୁ ଧରି ସଚେତନ କଲା ପୋଲିସ

ଫୁଲବାଣୀ ଅଫିସ, ୧୩ା୪- ଫୁଲବାଣୀ ସହରରେ ପୋଲିସ ସୋମବାର ଟିମ୍‌ ହ୍ୟୁମାନିଟ୍‌ର ସ୍ବେଚ୍ଛାସେବୀଙ୍କୁ ଧରି କରୋନା ସଚେତନ କରିଛି। ଟିମ୍‌ର ସଦସ୍ୟ ସାଇରାମ ପାତ୍ର, ହିମାଂଶୁ ନାୟକ, ଲମ୍ବୋଦର ରଥ, ଏସ୍‌. କେ. ଅବଦୁଲ୍‌ ସାକିର ପ୍ରମୁଖ କରୋନା ଚିତ୍ରକଳା ଥିବା ପୋଷାକ ସହିତ ହେଲମେଟ୍‌ ପିନ୍ଧି ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରି ସଚେତତନା କରାଇଥିଲେ। ଗୋପବନ୍ଧୁ ଛକ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉପ ଜିଲାପାଳ ସୁରେଶ କୁମାର ପ୍ରଧାନ, ସଦର ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ, ଆଦର୍ଶ ଥାନାଧିକାରୀ ନରେଶ କୁମାର ସାହୁ, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ସର୍ଜେଣ୍ଟ ସରୋଜ ବେହେରା, ଅତିରିକ୍ତ ତହସିଲଦାର ଅନିତା ସାହୁଙ୍କ ସମେତ ଅନ୍ୟମାନେ ସାମିଲ୍‌ ହୋଇ ଲୋକଙ୍କୁ କରୋନା ଭୟାବହତା, ମାକ୍ସ ବ୍ୟବହାର, ବାରମ୍ବର ହାତ ଧୋଇବା ଆଦି ଉପରେ ସଚେତନ କରିଥିଲେ।

Share