ସ୍ବେଚ୍ଛାସେବୀ, ଗଁ। ର ଲୋକ୍‌ ମିଶି ତିଆର କଲେ ରାସ୍‌ତା: ଅଭିଶାପ ପାଲଟିଛେ ଗଁବାସୀକର ଜୀବନ୍‌

ରେଙ୍ଗାଲି, ୨୭।୮ (ଡି.ଏନ୍‌.ଏ.):
ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଁଚେତ୍‌ ଅଧୀନ ବୁଧିଆପାଲି ଗଁାର ସ୍କୁଲକେ ସଂଯୋଗ କରୁଥିବାର ରାସ୍‌ତାକେ ମାତୃଭୂମୀ ସ୍ବେଚ୍ଛାସେବୀ ସଂଗଠନ ତିଆର କରିଛେ। ରେଙ୍ଗାଲି ବ୍ଲକ ତଲାବିରା ୨ ଆର ୩ କୁଇଲା ଖଣି କୁଡ଼ବାର ଲାଗି ଏନ୍‌ଏଲ୍‌ସି କମ୍ପାନୀ ଖିଣ୍ଡା ପଁଚେତ୍‌ ଅଧୀନ ଖିଣ୍ଡା, ତଲାବିରା, ମାତୁଲୁ କ୍ୟାମ୍ପ, ବୁଧିଆପାଲି ଲେଖେଁ କେତେ ଗଁାର ଜମି ନିଜର ହାତ୍‌କେ ନେଇଛେ। ଇ ସବୁ ଗଁାବାସୀ ବିସ୍ଥାପିତ ବି ହେବାର ଅଛେ। ଯେନ୍‌ଥିରଲାଗି ଇ ସବୁ ଗଁାମାନକେ ପଁଚେତ୍‌ରୁ କି କେହେନ୍‌ସି ସରକାରୀ ପଁାଠିରୁ ଟଁକା ଖରଚ୍‌ କରାଯାଇ ନାଇଁ ପାରବାର। ଏନ୍‌ତାଥି ଗଁାବାସୀକର ଜୀବନ୍‌ ଗୁଟେପରକାର ଅଭିଶାପ ପାଲଟିଯାଇଛେ। ଇଆଡ଼େ ଏନ୍‌ଏଲ୍‌ସି କମ୍ପାନୀ ତରଫୁ ପରଭାବିତ ଅଂଚଲରେ ରାସ୍‌ତାଘାଟ, ସ୍କୁଲ ମରାମତି ଲେଖେଁ ବିକାଶ ମୂଲକ କାମ୍‌ ନାଇଁ ହେବାର ଲାଗି ଲୋକ୍‌ ନାନା ସମସିଆର ସାମନା କରୁଛନ୍‌। ବୁଧିଆପାଲି ଗଁାର ସ୍କୁଲ ରାସ୍‌ତାଟା ବହୁତ ଖରାପ ଥିଲାବେଲେ ରାସ୍‌ତାରେ ଥିବାର ଗୁଟେ ଛୁଟିଆ ପୁଲିଆ ବି ଭାଂଗି ଯାଇଥିଲା। ଇ ରାସ୍‌ତା ଆର ପୁଲିଆର ମରାମତି ବାବ୍‌ଦେ ଗଁାବାସୀ ଖିଣ୍ଡା ସରପଁଚ୍‌ ନୀଳାବତୀ ଓରାମକୁଁ ବାରବାର ଅନୁରୋଧ କରିଥିଲେ। ହେଲେ ଜିଲା ପରଶାସନ ତରଫୁ ପଁଚେତ୍‌ ପଁାଠି ଖରଚ୍‌ ନାଇଁ କରବାକେ କୁହାଯାଇଛେ। ସେଥିରଲାଗି ସେ ଚାହେଁଲେ ବି କିଛି ନାଇଁ କରିପାରବାର ବଲି କହିଥିଲେ। ଯେନ୍‌ଥିରଲାଗି ସୋମବାର ତଲାବିରା ମାତୃଭୂମୀ ସ୍ବେଚ୍ଛାସେବୀ ସଂଗଠନ ନିଜର ଖରଚ୍‌ରେ ଇ ରାସ୍‌ତାର ମରାମତି କରିଛେ। ଇ ରାସ୍‌ତା ମରାମତି ଲାଗି ସଂଗଠନର କରମ୍‌କରତା ଆର ଗଁାବାସୀ ସହଯୋଗ କରିଥିଲେ। ପରଶାସନ ତରଫୁ ଏନ୍‌ଏଲ୍‌ସି ପରଭାବିତ ଅଂଚଲରେ ମଉଲିକ ସୁବିଧା ଲାଗି ଯଦି ଅନୁମତି ନାଇଁ ଦିଆଯିବା ତ ପଁଚେତ୍‌ ଆର ରେଙ୍ଗାଲି ବ୍ଲକ ଅଫିସ ଘେରାଉ କରାଯିବା ବଲି ମାତୃଭୂମୀ ସଂଗଠନର ସଭାପତି ହେମନ୍ତ କୁମାର ପାଣ୍ଡେ କହିଛନ୍‌।

Share