ସ୍ବୟଂଶାସିତ କଲେଜ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିର ପ୍ରତିବାଦ

ଢେଙ୍କାନାଳ ଅଫିସ୍‌, ୯ା୩- ଢେଙ୍କାନାଳ କଲେଜରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ଆଲୁମନି ଆସୋସିଏଶନ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଆସୋସିଏଶନ ସଦସ୍ୟମାନେ ସୋମବାର ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏ ନେଇ ପଦକ୍ଷେପ ନେବାକୁ ଏମ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଏହି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ପୂର୍ବରୁ ଛାତ୍ରମାନେ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ହସ୍ତକ୍ଷେପ ପରେ ଭୁବନେଶ୍ୱରଠାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ଛାତ୍ରୀଛାତ୍ର, କଲେଜ ଅଧ୍ୟକ୍ଷା ଓ ଅଧ୍ୟାପକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବା ପୁରାତନ ଛାତ୍ର ସଂସଦ ପକ୍ଷରୁ ଅଭିଯୋଗ ହୋଇଛି।

Share