ପଦ୍ମପୁର,୧୭।୨(ଡି.ଏନ୍.ଏ.): ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ଗ୍ରାମ ପଞ୍ଚାୟତ ସନନ୍ଦପୁର ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ସୋମବାର ଚୋରାମଦ ବିକ୍ରେତାଙ୍କ ଘରେ ଚଢ଼ାଉ କରିଛନ୍ତି। ଗ୍ରାମରେ ଦୀର୍ଘ ଦିନ ଧରି ଦେଶୀ ଓ ବିଦେଶୀ ମଦ ବିକ୍ରିହେବା ସହ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ତେବେ ଏହାକୁ ବିରୋଧ କରି ଶତାଧିକ ମହିଳା ଗ୍ରାମର ଗୁରୁବାରୀ ମଳିକ, ଅହଲ୍ୟା ମଳିକଙ୍କ ଘରୁ ୨୩ ବୋତଲ ଦେଶୀ, ୧୨ ବିଦେଶୀ, ୧୦ ଲିଟର ମହୁଲି ମଦ ଠାବ କରିଥିଲେ। ଖବର ପାଇ ସାବରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିବା ସହ ୨ ମହିଳାଙ୍କୁ ଗିରଫ କରିଛି।