ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସଙ୍କଳ୍ପ : ଗୋମାତାଙ୍କ ସୁରକ୍ଷା, ରୋଗମୁକ୍ତ ସମାଜ ଗଠନ

ନୂଆଗାଁ,୧୩ା୫ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଢେଙ୍କେଣା ପଞ୍ଚାୟତ ଢେଙ୍କେଣା ଗ୍ରାମର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଗୋମାତାଙ୍କ ସୁରକ୍ଷା ସହ ରୋଗମୁକ୍ତ ସମାଜ ଗଠନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ସମାଜରେ ବିଭିନ୍ନ ଫସଲ ଅମଳ ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହାକୁ ଖାଦ୍ୟରୂପେ ମଣିଷ ସମାଜ ଗ୍ରହଣ କରୁଛି। ସେଗୁଡିକୁ ଖାଇବା ଦ୍ୱାରା ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସହ ମଣିଷର ଆୟୁଷ ହାନି ଘଟୁଛି। ଏଥିରୁ ମୁକ୍ତ ହେବା ପାଇଁ ସଙ୍କଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଛି ମହାମାୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଗୋଷ୍ଠୀର ମହିଳାମାନେ ଗାଈ ପାଳନ କରି ସେମାନଙ୍କ ଗୋବରରୁ ଜୈବିକ ସାର, ମଶାଧୂପ, ଧୂପକାଠି ପ୍ରସ୍ତୁତ କରୁଛନ୍ତି। ସେହିପରି ଗୋମୂତ୍ରରୁ ବିଭିନ୍ନ ରୋଗର ଉପଶମ ପାଇଁ ଗୋ ଅର୍କ ତିଆରି କରୁଛନ୍ତି। ଚାଷୀକୁଳ ବଜାରରୁ ଚଢା ଦରରେ ରାସାୟନିକ ସାର କ୍ରୟ କରି ଫସଲରେ ବ୍ୟବହାର କରୁଛି। ପୁଣି କେତେବେଳେ ଫସଲ ଉଜୁଡୁଛି ତ କେତେବେଳେ ବଜାରର ଦର ହ୍ରାସ ହେଉଛି। ଏଥିଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ଫଳରେ ଧାରକରଜ ଶୁଝିବା ତା’ ପାଇଁ କାଠିକର ପାଠ ହୋଇପଡୁଛି। ଅନେକ ସମୟରେ କରଜ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛି। କିନ୍ତୁ ଚାଷୀ ଯଦି ଗୋପାଳନ କରି ତାହାର ଗୋବରକୁ ଜୈବିକ ସାର ରୂପେ ବ୍ୟବହାର କରିବ ତେବେ ସେ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରିପାରିବ। ତାକୁ ଆଉ ଋଣ ଭାର ସହିବାକୁ ପଡିବ ନାହିଁ। ଲୋକମାନେ ସେହି ଧାନଚାଉଳ, ପନିପରିବା ଖାଇ ନୀରୋଗ ରହିବେ। ସମାଜକୁ ଏହି ବାର୍ତ୍ତା ଦେବାକୁ ଯାଇ ଗୋଷ୍ଠୀର ମହିଳାମାନେ ୧୦ ଗୋଟି ଗାଈ ପାଳନ କରୁଛନ୍ତି। ଦୈନିକ ବାହାରୁଥିବା ଗୋବରକୁ ସେମାନେ ଜୈବିକ ସାର ରୂପେ ଫସଲରେ ବ୍ୟବହାର କରୁଛନ୍ତି। ସେଥିରୁ ପ୍ରତିଦିନ କିଛି ଗୋବର ଆଣି ସେଥିରେ ଆବଶ୍ୟକ ପରିମାଣର କାଠଗୁଣ୍ଡ, ଅରୁଆ ଚାଉଳ ଗୁଣ୍ଡ, ଦେଶୀ ଗୁଆଘିଅ ଆଦି ମିଶ୍ରଣ କରି ଧୂପକାଠି ତିଆରି କରୁଛନ୍ତି। ନିକଟବର୍ତ୍ତୀ ବଜାରରେ ତାହାର ଚାହିଦା ନ ଥିବାରୁ ସେମାନେ ବାହାର ବଜାରରେ ବିକ୍ରିକରି ପ୍ରତିଦିନ ଜଣ ପିଛା ୩୦୦ରୁ ୪୦୦ ଟଙ୍କା ରୋଜଗାର କରିପାରୁଥିବା କୁହନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି କୁନି ପରିଡା। ସେହିପରି ସକାଳର ଗୋ ମୂତ୍ରକୁ ସଂଗ୍ରହ କରି ସେଥିରୁ ଅର୍କ ପ୍ରସ୍ତୁତ କରନ୍ତି। ଏହି ଅର୍କ ଗ୍ୟାସ୍‌ଟିକ, କଫ, ପାଇଲ୍‌ସ, ଶ୍ୱାସ ଭଳି ୪୮ ଗୋଟି ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଥିବା କହିଛନ୍ତି ପଲ୍ଲୀବନ୍ଧୁ ସଂସ୍ଥାର ସଂଯୋଜକ ତଥା ମହାମାୟୀ ସ୍ବୟଂସହାୟକ ଗୋଷ୍ଠୀର ଉପଦେଷ୍ଟା ଗଣେଶ୍ୱର ପରିଡା। ସେମାନେ ପ୍ରତିଦିନ ଗୋ ମୂତ୍ରରୁ ୨ ଲିଟର ଅର୍କ ପ୍ରସ୍ତୁତ କରୁଥିବା ବେଳେ ତାହାକୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି କରନ୍ତି। ସ୍ଥାନୀୟ ବଜାରରେ ଏସବୁର ଚାହିଦା ନ ଥିବାବେଳେ ଭୁବନେଶ୍ୱର, କଟକ ଆଦି ସହରରେ ଗୋବର, ଗୋମୂତ୍ରରୁ ତିଆରି ସାମଗ୍ରୀ ବେଶ୍‌ ଲୋକପ୍ରିୟ ହୋଇପାରିଛି। ସରକାର ପ୍ରୋତ୍ସାହନ ଯୋଗାଇଦେଲେ ସେମାନେ ଏକ ସୁସ୍ଥ ତଥା ନୀରୋଗ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି କହିଛନ୍ତି ଗୋଷ୍ଠୀର ସଭ୍ୟ ରୁନା ଜେନା, କୁନି ପରିଡା, ଦୀପ୍ତିମୟୀ ପରିଡା ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

୬ ଦିନ ହେଲା ନିଖୋଜ ଥିଲେ ଯୁବତୀ: ପୋଖରୀରୁ ମିଳିଲା ମୃତଦେହ

ଦଶପଲ୍ଲା,୧୪।୧୧: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଶରୀରଗଣ୍ଡା ଗାଁ ପୋଖରୀରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ମୁତାବକ, ୬ଦିନ...

କୃଷି ଜମିକୁ ଘରୋଇ ଜମି କରିବା ପାଇଁ ଲାଞ୍ଚ ନେଉଥିଲେ ଆର୍‌ଆଇ, ପଡ଼ିଲେ ଭିଜିଲାନ୍ସ ପଞ୍ଝାରେ

ଭଦ୍ରକ,୧୪ା୧୧(ସନାତନ ରାଉତ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଆର୍‌ଆଇ ଭାଗବତ ଖଟୁଆଙ୍କୁ ଓଡ଼ିଶା ଭିଜିଲାନ୍ସ କର୍ମଚାରୀ ମାଡ଼ି ବସିଛନ୍ତି। ଏକ ମ୍ୟୁଟେଶନ...

‘ଦେଶର ଉନ୍ନତି-ପ୍ରଗତିରେ ଶିଶୁମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବାଲିଗୁଡ଼ା,୧୪ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ପ୍ରିୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ଓ ଶିଶୁ...

ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ...

ଆସନ୍ତାକାଲିଠାରୁ ଐତିହାସିକ ବାଲିଯାତ୍ରା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ,୧୪ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ...

ଜୟନାରାୟଣଙ୍କ ଆଗୁଆ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର/ସମ୍ବଲପୁର,୧୪ା୧୧: ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ କୋର୍ଟରେ ଆଗୁଆ ଜାମିନ...

ଘାଟିରୁ ଜବତ ହେଲା ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ, ବଢ଼ିଲା ପୋଲିସର ଚିନ୍ତା

ପଟାଙ୍ଗି,୧୪ା୧୧(ଶରତ ଧଳ): ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ ଜବତ ନେଇ ପୋଲିସ ପାଇଁ ଚିନ୍ତା ବଢ଼ିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ...

ଖଟ ଉପରେ ଶୋଇଥିଲେ ବୃଦ୍ଧା, ଘରେ ପଶି ଝୁଣି ମାରିଦେଲା କୁକୁର

ଭୋଗରାଇ,୧୪ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜୟରାମପୁର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ୬୫ ବର୍ଷୀୟା ରୋଗାଗ୍ରସ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri