ସ୍ମରଣଶକ୍ତି ପ୍ରଖରକରେ ନ୍ୟୁରୋନ୍‌

ସ୍ମରଣଶକ୍ତି ସନ୍ତୁଳିତ ଥିତ୍ଲେ ଆମେ ସବୁ କଥା ମନେରଖିିତ୍ପାରୁ। ଏଥିତ୍ରେ ଅସନ୍ତୁଳନ ପରିଲକ୍ଷିତ ହେଲେ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରଖର ରଖିିବା କ୍ଷେତ୍ରରେ ନ୍ୟୁରୋନ୍‌ ନାମକ ତତ୍ତ୍ୱର ଭୂମିକା ରହିଛି। ଏହି ତତ୍ତ୍ୱ ଆମ ମସ୍ତିଷ୍କରେ ରହିଛି। ନ୍ୟୁରୋନ ତତ୍ତ୍ୱ ଯଦି ସକ୍ରିୟ ରହିଲା ତେବେ ଆମର ସ୍ମରଣଶକ୍ତି ଚଳଚଞ୍ଚଳ ରହିଥାଏ। ଏହାଦ୍ୱାରା ଆମେ ପ୍ରତିଟି କଥାକୁ ଅତି ସହଜରେ ମନେରଖିପାରୁ। ସ୍ମରଣଶକ୍ତିକୁ ସକ୍ରିୟ ରଖିିବା ବ୍ୟତୀତ ନ୍ୟୁରୋନ୍‌ ଆମ ଶରୀରରେ ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ। ସେଗୁଡ଼ିକ ମଧ୍ୟରେ ରହିଛି କେତେକ କୋଷ(ସେଲ୍‌) ସମ୍ପର୍କିତ ରୋଗ, ଆଲଜିମର୍ସ ଏବଂ ମସ୍ତିଷ୍କଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ କରିଥାଏ। କାରୋଲିନା ବିଶ୍ୱବିଦ୍ୟାଳୟର ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିିବା ସଦ୍ୟତମ ଗବେଷଣାରୁ ଏ ସମ୍ପର୍କରେ ଅନେକ ତଥ୍ୟ ମିଳିପାରିଛି। ତେବେ ନ୍ୟୁରୋନ୍‌ ନାମକ ତତ୍ତ୍ୱ ଆମ ଶରୀର ପାଇଁ ଆଉ କି କି କାମ କରିଥାଏ ସେ ସମ୍ପର୍କରେ ଜାଣିବା ପାଇଁ ସେମାନେ ଗବେଷଣା ଜାରି ରଖିଛନ୍ତି।