Advertisement

ସ୍ମରଣଶକ୍ତି ବଢ଼ାଇବାର ସହଜ ଉପାୟ

ସାଧାରଣତଃ ବୟସ ବଢ଼ିବା ସହ ସ୍ମରଣଶକ୍ତିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ଅପରପକ୍ଷରେ ମସ୍ତିଷ୍କଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏପରି ଅସୁବିଧା ସୃଷ୍ଟି ହେବା ଆଶଙ୍କା ଥାଏ। ତେବେ ଏହାକୁ ବଢ଼ାଇବାର ଏକ ସରଳ ଉପାୟ ରହିଛି। ଏପରି ବିଷୟବସ୍ତୁ ଉପରେ ନିକଟରେ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଗବେଷଣା କରିଥିଲେ। ଏହି ସମୟରେ ସେମାନେ ଏକ କୌତୂହଳପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଥିଲେ। ସ୍ମରଣଶକ୍ତି ବଢ଼ାଇବାର ସହଜ ଉପାୟ ହେଲା ‘ଗପିବା’ ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମୟରେ ସେମାନେ ଗବେଷଣା ପରିସରଭୁକ୍ତ କେତେଜଣ ବ୍ୟକ୍ତିଙ୍କୁ ଦୁଇଭାଗରେ ବିଭକ୍ତ କରିଥିଲେ। ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିଙ୍କୁ ପରସ୍ପର ସହ ଗପିବାକୁ ପରାମର୍ଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସ୍ମରଣଶକ୍ତି ଉପରେ ଏହାର କି ପ୍ରକାର ପ୍ରଭାବ ପଡୁଛି ତାହାକୁ ତନ୍ନ ତନ୍ନ କରି ଲକ୍ଷ୍ୟ କରିଥିଲେ। ଆଶ୍ଚର୍ଯ୍ୟର କଥା ସେମାନଙ୍କ ମଧ୍ୟରୁ ୩୫ ପ୍ରତିଶତ ବ୍ୟକ୍ତିଙ୍କର ସ୍ମରଣଶକ୍ତି ପୂର୍ବାପେକ୍ଷା ବୃଦ୍ଧି ପାଇଥିବା ଜଣାପଡ଼ିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share