୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶ ହାସଲ କରିଥିବା ୭୩ଟି ଉଲ୍ଲେଖନୀୟ ଘଟଣା ସମ୍ପର୍କରେ….

ସ୍ବାଧୀନତା ପ୍ରାପ୍ତିର ଏକ ବର୍ଷ ପରେ ଅର୍ଥାତ ୧୯୪୮ରେ ଭାରତୀୟ ପୁରୁଷ ହକି ଟିମ୍‌ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ।
୧୯୫୦ ମସିହା ୧୦ଟା.୧୮ମିନିଟରେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲା। ଏହାର ୬ ମିନିଟ ପରେ ଡ. ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।
ପ୍ରଥମ ଦେଶ ଭାବେ ଭାରତ ୧୯୫୪ରେ ଟ୍ରମ୍ବେରେ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।
୧୯୫୫ରେ ଭାରତ ତା’ର ପ୍ରଥମ କମ୍ପ୍ୟୁଟର ଏଚଇସି୨ଏମ୍‌ ପ୍ରତିଷ୍ଠା କରିଥିଲା।
୧୯୫୬ ଅଗଷ୍ଟ୪ରେ ପ୍ରଥମ ଆଣବିକ ରିଆକ୍ଟର ନିର୍ମାଣ କରିଥିଲା।
୧୯୫୬ରେ ଭାରତୀୟ ପୁରୁଷ ହକି ଟିମ୍‌ ମେଲବୋନର୍ର୍ ଅଲିମ୍ପିକ୍ସରେ ପୁଣି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲା।
୧୯୫୮ରେ ମୁମ୍ବାଇରେ ଆଇଆଇଟି ଶିକ୍ଷା କ୍ଷେତ୍ରରେ ଏକ ନୂଆ ଆଧ୍ୟାୟ ଅରମ୍ଭ କରିଥିଲା।
୧୯୫୯ ଆରତି ଶାହ ଏସିଆର ପ୍ରଥମ ମହିଳା ଭାବେ ଇଂଲିଶ ଚାନେଲ ଅତିକ୍ରମ କରିଥିଲେ।
୧୯୬୯ ସତ୍ୟଜିତ ରାୟଙ୍କର ଚଳଚ୍ଚିତ୍ର ‘ଅପୁର ସଂସାର’ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନୂଆ ପରିଚୟ ଦେଇଥିତ୍ଲା।
୧୯୬୦ରେ ଆରତି ଶାହ ପଦ୍ମଶ୍ରୀରେ ସମ୍ମାନିତ ହେବାରେ ପ୍ରଥମ ମହିଳା ।
୧୯୬୧ରେ ଅଲିମ୍ପିକ୍ସରେ ମିଲ୍‌ଖା ସିିଂହ ରେକର୍ଡ କରିବାରେ ପ୍ରଥମ ଭାରତୀୟ ।
୧୯୬୧ରେ ଭାରତ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ର(ନାମ୍‌)ର ପ୍ରଥମ ବୈଠକର ନେତୃତ୍ୱ ନେଇଥିଲା।
୧୯୬୨ରେଏସିଆନ ଗେମ୍ସରେ ଭାରତୀୟ ଫୁଟବଲ୍‌ ଟିମ୍‌ ସ୍ବର୍ଣ୍ଣ ଜିତିଥିଲା।
୧୯୬୪ରେ ଭାରତର ପ୍ରଥମ ଜେଟ୍‌ ଟ୍ରେନର ଏଚଜେଟି-୧୬ ଉଡ଼ିଥିଲା।
୧୯୬୫ରେ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘଠିତ ଯୁଦ୍ଧରେ ଭାରତ ପାକିସ୍ତାନ ପରାସ୍ତ। ଏହି ବର୍ଷ ସବୁଜ ବିଳ୍ପବ ଆରମ୍ଭ କୃଷିକୁ ନୂଆ ପଥ ଦେଖାଇଥିଲା।
ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲା ମୁକ୍ତିବାହିନୀ ସ୍ବାଧୀନ ବାଂଲାଦେଶ ଘେଷଣା କଲା। ୧୯୭୧ରେ ସଂଘଠିତ ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।
୧୯୭୩ରେ ଭାରତ ପ୍ରଥମ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଟାଇଗର ପ୍ରୋଜେକ୍ଟ ଆରମ୍ଭ।
ଭାରତ ୧୯୭୪ରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା।
୧୯୭୫ରେ ଆର୍ଯ୍ୟଭଟ୍ଟ ମହାକାଶ ଯାନ ଉତ୍‌କ୍ଷେପଣ କରି ଭାରତ ସାଟେଲାଇଟ ବିକଶିତ ଦେଶ ସହ ସାମିଲ ହୋଇଥିଲା। ଏହି ବର୍ଷ ମେଲବୋର୍ନରେ ମାଇକେଲ ଫେରେରା ବିଶ୍ୱ ବିଲିୟାର୍ଡସ ଚାମ୍ପିୟନଶିିପ୍‌ ଜିତିଥିଲେ।
୧୯୭୮ରେ ଭାରତରେ ପ୍ରଥମ ଟେଷ୍ଟଟ୍ୟୁବ ବେବିି ଜନ୍ମ ହୋଇଥିଲା।
୧୯୭୯ରେ ସୁପ୍ରିମକୋର୍ଟ ଜନହିତ ମାମଲାକୁ ବୈଧ ଘୋଷଣା କଲେ।
ମଦର ଟେରେସାଙ୍କୁ ଗୌରବାବହ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା୧୯୭୯ରେ।
ବସନ୍ତରୋଗରୁ ମୁକ୍ତି ପାଇବା ପାଇଁ ଭାରତ ୧୯୮୦ରେ ଦୀର୍ଘ ମିଆଦି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ।
୧୯୮୨ରେ ଦିଲ୍ଲୀରେ ଏସିଆନ ଗେମ୍ସର ଆୟୋଜନ ।
୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ କ୍ରିକେଟ ବିଶ୍ୱ କପ୍‌ ଜିତିଥିଲା।
୧୯୮୪ରେ ରାକେଶ ଶର୍ମା ଭାରତର ପ୍ରଥମ ଓ ବିଶ୍ୱର ୧୩୮ ତମ ମହାକାଶଚାରୀ ଭାବେ ମହାକାଶକୁ ଯାଇଥିଲେ।
୧୯୮୫ରେ ଫାଷ୍ଟ୍‌ ବ୍ରିଡର ନ୍ୟୁକ୍ଲିୟର ରିଆକ୍ଟର ହାସଲ କରିବାରେ ବିଶ୍ୱର ୬ଷ୍ଠ ରାଷ୍ଟ୍ର ହୋଇଥିଲା ଭାରତ।
୧୯୮୬ ଏସିଆନ ଗେମ୍ସରେ ଭାରତୀୟ ଧାବିକା ପିଟି ଉଷାଙ୍କ ଐତିହାସିକ ବିଜୟ।
୧୯୮୭ରେ ଟେଷ୍ଟ୍‌ ମ୍ୟାଚରେ ୧୦ ହଜାର ରନ କରିବାରେ ସୁନିଲ ଗାଭାସ୍କର ପ୍ରଥମ ଭାରତୀୟ ଖେଳାଳି ।
୧୯୮୮ରେ ରିିମୋର୍ଟ ସେନସିଂ ସାଟେଲାଇଟ ଆଇଆରଏସ-୧ଏ କୁ ଇସ୍ରୋ ମହାକାଶକୁ ଉତ୍‌କ୍ଷେପଣ କରିଥିଲା। ଏଥିସହ ୧୯୮୮ରେ ଭୋଟଦାନ ଅଧିକାର ୧୮ ବର୍ଷ ବୟସକୁ କମାଯାଇଥିଲା।
୧୯୮୯ରେ କେରଳର କୋଟାୟାମ ଜିଲାକୁ ସମ୍ପୂର୍ଣ୍ଣ ସାକ୍ଷର ଜିଲା ଭାବେ ଘୋଷଣା କରାଯାଇଥିଲା।
୧୯୯୦ରେ କୁଏଟ୍‌ ଓ ଇରାକ ଯୁଦ୍ଧରେ ୧ଲକ୍ଷ ୧୦ ହଜାର ଭାରତୀୟଙ୍କୁ ବିମାନ ଯୋଗେ ଭାରତକୁ ଅଣାଯାଇଥିଲା ଯାହା ବିଶ୍ୱରେ ଏଯାବତ୍‌ ଏ କ୍ଷେତ୍ରରେ ବଡ଼ ସଫଳତା।
ପ୍ରଥମ ଭାରତୀୟ ଭାବେ ୧୯୯୨ରେ ସତ୍ୟଜିତ୍‌ ରାୟଙ୍କୁ ମିଳିଥିଲା ଓସ୍କାର ପୁରସ୍କାର ।
୧୯୯୩ରେ ବିଶ୍ୱ ବ୍ୟାଙ୍କ ଭାରତକୁ ବିଶ୍ୱର ୬ଷ୍ଠ ଅର୍ଥ ବ୍ୟବସ୍ଥାର ଦେଶ ଭାବେ ଘୋଷଣା କରିଥିଲା।
୧୯୯୪ର ସୁସ୍ମିତା ସେନ ଓ ଏ୍ୟଶ୍ୱର୍ଯ୍ୟା ରାୟ ଯଥାକ୍ରମେ ମିସ୍‌ ୟୁନିଭର୍ସ ଓ ମିସ୍‌ ଓ୍ବାଲର୍‌ଡ ମୁକୁଟ ହାସଲ କରିଥଲେ।
ଦେଶରେ ୧୯୯୫ରେ ପ୍ରଥମେ ଇଣ୍ଟରନେଟ ବ୍ୟବହାର ।
୧୯୯୫ ଅଗଷ୍ଟ ୧୫ରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ।
୧୯୯୬ ଆଣ୍ଟଲାଣ୍ଟା ଅଲିମ୍ପିକ୍ସରେ ଲିଆଣ୍ଡର ପେସ୍‌ ତାମ୍ର ପଦକ ଜିତିଥିଲେ।
୧୯୯୭ରେ ଲେଖିକା ଅରୁନ୍ଧତୀ ରାୟଙ୍କୁ ପୁସ୍ତକ ‘ଦି ଗଡ୍‌ ଅଫ୍‌ ସ୍ମଲ ଥିଙ୍କସ୍‌’ ପାଇଁ ବୁକର ପୁରସ୍କାର ।
୧୯୯୮ରେ ପୋଖରାନ୍‌ରେ ଦ୍ୱିତୀୟ ପରମାଣୁ ପରୀକ୍ଷଣ।
୧୯୯୯ରେ ନ୍ୟୁୟର୍କର ନାସ୍‌ଡାକ ଲିଷ୍ଟରେ ପ୍ରଥମ ଭାରତୀୟ କମ୍ପାନୀ ଭାବେ ଇନଫୋସିସ୍‌ ସାମିଲ।
୧୯୯୯ ଜୁଲାଇରେ କାରଗିଲ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।
୨୦୦୦ରେ ବିଶ୍ୱନାଥନ ଆନନ୍ଦ ବିଶ୍ୱ ଚେସ୍‌ ଚାମ୍ପିଅନ ଟାଇଟଲ ହାସଲ କରିଥିଲେ।
ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ ଫାଇଟର ଜେଟ ବେଙ୍ଗାଲୁରୁରୁ ଉଡ଼ିିଥିଲା।
୨୦୦୦ ମସିହାରେ ତିନୋଟି ନୂଆ ରାଜ୍ୟ (ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ) ଗଠନ କରାଯାଇଥିଲା।
୨୦୦୩ରେ ପ୍ରଥମ ଭାରତୀୟ ସାନିଆ ମିର୍ଜାଙ୍କୁ ଓ୍ବିମ୍ବେଲଣ୍ଡନ ଡବଲ ଟାଇଟଲ ।
୨୦୦୫ରେ ସୂଚନା ଅଧିକାର ଆଇନ ପ୍ରଣୟନ।
୨୦୦୫ରେ ପରିମର୍ଜନ ନେଗି ଅନ୍ତଃରାଷ୍ଟ୍ରୀୟ ଚେସ୍‌ ରେ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିଲେ।
୨୦୦୭ରେ ପ୍ରତିଭା ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି...

ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ।...

ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧୨: ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri