Categories: ଜାତୀୟ

ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ନୌସେନା ପକ୍ଷରୁ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି। ନୌସେନା ଯବାନ ଏଣିକି ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ସ୍ମାର୍ଟଫୋନ୍‌, ସୋସିଆଲ୍‌ ମିଡ଼ିଆ ଆଦିର ବ୍ୟବହାର କରିପାରିବେ ନାହିଁ। ନୌସେନାର ୭ ଜଣ ସଦସ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଲିକ୍‌ କରିଥିବା ଅଭିଯୋଗ ହୋଇଥିଲା। ପରେ ଡିସେମ୍ବର ୨୦ରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏସବୁ ସଦସ୍ୟ ମୁମ୍ବାଇ, କାରଭାର୍‌ ଏବଂ ବିଶାଖାପଟ୍ଟନମ୍‌ ନାଭାଲ୍‌ ବେସ୍‌ରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ବିଶାଖାପଟ୍ଟନମ୍‌ର ୩ ଜଣ ସେଲର୍‌ ଥିବାବେଳେ ମୁମ୍ବାଇ ଏବଂ କାରଭାର୍‌ ନାଭାଲ୍‌ ବେସ୍‌ର ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ତେଣୁ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ନୌସେନା ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ନୌସେନାର କୌଣସି ସଦସ୍ୟ ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ହ୍ବାଟସ୍‌ ଆପ୍‌, ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ମେସେଞ୍ଜର ଆଦି ସୋସିଆଲ୍‌ ମିଡ଼ିଆର ବ୍ୟବହାର କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି ହୋଇଛି।

Share