ସ୍ମାର୍ଟଫୋନ୍‌ ବ୍ୟବହାର ନ କଲେ କମ୍ପାନୀ ଦେଉଛି ମାଗଣା ପିଜା

ସ୍କାରାମେଣ୍ଟୋ, ୧୫।୬: ଏବେ ପୃଥିବୀରେ ସ୍ମାର୍ଟଫୋନ୍‌ ବ୍ୟବହାର ବଢ଼ିବାରେ ଲାଗିଛି। ତେବେ ଏହାଦ୍ୱାରା ପିଲାଙ୍କଠାରୁ ବୟସ୍କଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି ବୋଲି କାର୍ଲିଫର୍ନିଆର ଏକ ଫୁଡ୍‌ କମ୍ପାନୀ ଅଭିଯୋଗ କରିଛି। ଲୋକଙ୍କ ସଚେତନ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ଅଭିନବ ଅଫର ପ୍ରଦାନ କରାଯାଉଛି। ସ୍ମାର୍ଟଫୋନ୍‌ଠାରୁ ଦୂରେଇ ରହୁଥିବା ଲୋକଙ୍କୁ କମ୍ପାନୀ ପକ୍ଷରୁ ମାଗଣାରେ ପିଜା ପ୍ରଦାନ କରାଯାଉଛି। ଏହି ଅଫର ଅନୁସାରେ କମ୍ପାନୀର ରେଷ୍ଟୁରାଣ୍ଟ୍‌ରେ ଖାଇବା ସମୟରେ ଲକରରେ ସ୍ମାର୍ଟଫୋନ୍‌ ରଖୁଥିବା ଗ୍ରାହକଙ୍କୁ ୨୪ ଘଣ୍ଟାପରେ ପୁଣି ରେଷ୍ଟୁରାଣ୍ଟକୁ ଖାଇବାକୁ ଅସିଥିବା ସମୟରେ ମାଗଣା ପିଜା ଉପହାରରେ ଦିଆଯାଉଛି। ଏହି ଅଫର ଅନ୍ତର୍ଗତ ୫୦ ଗ୍ରାହକଙ୍କୁ ମାଗଣା ପିଜା ପ୍ରଦାନ କରାଯାଇଥିବା କମ୍ପାନୀ ସୂଚନା ଦେଇଛି।

Share