Categories: ଜାତୀୟ

ସ୍ମାର୍ଟ ଓ୍ବାଚ୍‌ ରଖିବ କର୍ମଚାରୀଙ୍କ କାମ ଉପରେ ନଜର

ନୋଏଡ଼ା,୩।୧୦: କର୍ମଚାରୀଙ୍କ କାମ ଉପରେ ନଜର ରଖିବା ପାଇଁ ନୋଏଡ଼ାରେ ଏବେ ସ୍ମାର୍ଟଓ୍ବାଚ୍‌ ଦିଆଯିବ। ଏହା କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ସହଜରେ ସୂଚନା ଦେଇପାରିବ। ଫଳରେ କର୍ମଚାରୀ ଘରେ ଅଛନ୍ତି ଅବା ଫିଲ୍ଡ୍‌ରେ କାମ କରୁଛନ୍ତି ସେ ନେଇ ସହଜରେ ତଥ୍ୟ ମିଳିପାରିବ। ୨ହଜାର କର୍ମଚାରୀଙ୍କୁ ଏହି ଓ୍ବାଚ୍‌ ଦିଆଯିବ। ଏହା ଦାମ୍‌ ୨୦ ହଜାର ଟଙ୍କା ରହିଛି। ପ୍ରଥମେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଏହି ଓ୍ବାଚ୍‌ ଦିଆଯିବ ବୋଲି କୁହାଯାଉଛି।

Share