ସ୍ମାର୍ଟ ଓ୍ବିଣ୍ଡୋ

ଘର ଭିତରକୁ ପବନ ଯାତାୟାତ ପାଇଁ ଘରେ ଝରକା ଲଗାଯାଇଥାଏ। ହେଲେ ଖରାଦିନେ ଉତପ୍ତ ବାୟୁ ଏହା ଭିତର ଦେଇ ଘରକୁ ଆସିଥାଏ। ନିକଟରେ ୟୁନିଭର୍ସିଟି ଅଫ ଓ୍ବାଶିଂଟନର ବୈଜ୍ଞାନିକମାନେ ଏପରି ଏକ ଝରକା ପ୍ରସ୍ତୁତ କରିଛନ୍ତି ଯାହାକୁ ଆପଣ ଖରାଦିନେ ଖୋଲା ରଖିପାରିବେ। କେବଳ ସେତିକି ନୁହେଁ, ସାଧାରଣ ଝରକା ଦେଇ ଗରମ ପବନ ଆସୁଥିବା ହେଲେ ଏହି ଝରକା ତାହାକୁ ପ୍ରତିହତ କରିବାର କ୍ଷମତା ରଖିଛି। ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ଏହି ସ୍ମାର୍ଟ ଓ୍ବିଣ୍ଡୋ ଦେଇ ଆଲୋକ ଘର ଭିତରକୁ ଆସିପାରିବ। ହେଲେ ସୂର୍ଯ୍ୟଙ୍କର ତତଲା ପବନ ପ୍ରବେଶ କରିପାରିବ ନାହିଁ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାକୁ ଆହୁରି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କରିବାକୁ ଉଦ୍ୟମ କରଯାଉଛି ବୋଲି ସେଥିରେ ଉଲ୍ଲେଖ ରହିଛି।