Categories: ଜାତୀୟ

ସ୍ମାର୍ଟ କାର୍ଡ ନ ଥିଲେ ମସ୍‌ଜିଦରେ ପ୍ରବେଶ ମନା

କୋଜିକୋଡେ,୧୪।୬: କରୋନା ମହାମାରୀ ସହ ଲଢିବାକୁ ହେଲେ ଆମକୁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି କେରଳ କୋଜିକୋଡେର କୁଟିଚିରାରେ ଏକ ମସଜିଦରେ ସ୍ମାର୍ଟ କାର୍ଡ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଜନଗହଳିକୁ କମ୍‌ କରିହେବ ବୋଲି କହିଛନ୍ତି ମସଜିଦ କମିଟିର ସଦସ୍ୟ ମହମ୍ମଦ ସାଜାଦ। ଏଥିପାଇଁ ମସଜିଦ ପକ୍ଷରୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ। ଏଥିପାଇଁ ଜଣେ ବ୍ୟକ୍ତି ପ୍ରଥମେ ମସଜିଦ ପରିସରରେ ହାତକୁ ସାନିଟାଇଜ କରିବା ପରେ ତାଙ୍କର ପରିଚୟ କ୍ୟାମେରା ସାମ୍ନାରେ ଦେବେ। ଏହାପରେ ତାଙ୍କୁ ଏକ ସ୍ମାର୍ଟ କାର୍ଡ ଦିଆଯିବ। ପରେ ସେ ଯେତେବେଳେ ମସଜିଦକୁ ପ୍ରବେଶ କରିବାକୁ ଚାହିଁବେ ସେତେବେଳେ ସେ କେବଳ ସ୍ମାର୍ଟ କାର୍ଡର ନମ୍ବର କହିଲେ ମସଜିଦ ଦ୍ୱାର ଆପଣାଛାଏଁ ଖୋଲିଯିବ। ଏମିତି କରାଗଲେ ସାମାଜିକ ଦୂରତା ବଜାୟ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Share