Categories: ଜାତୀୟ

ସ୍ମାର୍ଟ ଫୋନ୍‌ କିଣିଲେ ମାଗଣାରେ ମିଳିବ ପିଆଜ

ପାଟୁକୋଟାଇ,୮।୧୨: ଦେଶରେ ପିଆଜର ଦରବୃଦ୍ଧି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏତିକିବେଳେ ତାମିଲନାଡୁ ପାଟୁକୋଟାଇର ଥାଲାୟାରି ଷ୍ଟ୍ରିଟ୍‌ରେ ଥିବା ଜଣେ ମୋବାଇଲ ଦୋକାନୀ ଫୋନ୍‌ ବିକ୍ରି କରିବାକୁ ନିଆରା ଅଫର୍‌ ଦେଉଥିବା ଜଣାପଡିଛି। ଏସ୍‌ଟିଆର୍‌ ମୋବାଇଲ ଦୋକାନର ମାଲିକ କହିଛନ୍ତି ଯେଉଁମାନେ ତାଙ୍କ ଦୋକାନରୁ ସ୍ମାର୍ଟ ଫୋନ୍‌ କିଣିବେ ସେମାନଙ୍କୁ ସେ ୧ କିଲୋଗ୍ରାମ ପିଆଜ ମାଗଣାରେ ଦେବେ। ଏହି ଅଫର ଦେବାପରେ ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳୁଛି ବୋଲି ସେ କହିଛନ୍ତି।

ଜଣେ ଗ୍ରାହକ କହିଛନ୍ତି, ମୋତେ ଏକ ସ୍ମାର୍ଟ ଫୋନ୍‌ କିଣିବା ଜରୁରୀ ଥିଲା। ଆଉ ଏବେ ବଜାରରେ ପିଆଜର ଦାମ୍‌ ଯାହା ହୋଇଛି ଯଦି ସ୍ମାର୍ଟ ଫୋନ୍‌ ସହ ଏହା ମାଗଣାରେ ମିଳୁଛି ତେବେ ମୋର ୨ଟି ଆବଶ୍ୟକତା ପୂରଣ ହୋଇଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ହେବ ପ୍ରାୟ ସାରା ଦେଶରେ ପିଆଜର ଅହେତୁକ ମୂଲ୍ୟବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କିଲୋ ପ୍ରତି ଶହେ ଟଙ୍କା ଛୁଇଁଥିବା ପିଆଜ ଏବେ କେଉଁଠି କେଉଁଠି ୨ଶହ ଟଙ୍କା ହୋଇଥିବା ଜଣାପଡିଛି।

Share